ଅଭିରାମ ଆଶ୍ରିତ ପରିବାର ପକ୍ଷରୁ ଝୁଲଣ ଯାତ୍ରା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ପଣ୍ଡରାଣୀ ଗ୍ରାମ ଅଭିରାମ ଆଶ୍ରମ ଠାରେ ଶ୍ରାବଣ ଶୁକ୍ଲ ଦଶମୀ ଠାରୁ ଅଭିରାମ ଆଶ୍ରିତ ପରିବାର ପକ୍ଷରୁ ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ଆସନ୍ତା ଶ୍ରାବଣ ପୂର୍ଣ୍ଣମୀ ଦିନ ଏହା ଉଦ୍‌ଯାପିତ ହେବ । ପ୍ରାୟ ତିନି ଏକର ପରିମିତ ସ୍ଥାନରେ ଗତ ୨୦୦୩ ମସିହାରେ ପ୍ରତିଷ୍ଠିତ ଏହି ଆଶ୍ରମରେ ପ୍ରତ୍ୟହ ଆଧ୍ୟାତ୍ମିକ ଆଲୋଚନା ହେବା ସହିତ ଭଜନ କୀର୍ତ୍ତନ ଓ ଜଣାଣ ଅନୁଷ୍ଠିତ ହେଉଛି । ପୁରୀ ଜିଲ୍ଲା କରମଳାରୁ ଆଗତ ପୂଜ୍ୟ ବାବାଜୀ ମାନଙ୍କ ଦ୍ଵାରା ନାମଯଜ୍ଞ, ଘୃତଯଜ୍ଞ ତଥା ଅନ୍ନଯଜ୍ଞ ହେଉଛି । ଅଭିରାମ ଆଶ୍ରିତ ଡାକ୍ତର ଥାଟି, ଗୌରୀଶଙ୍କର ସାହୁ, ପ୍ରଫୁଲ୍ଲ ଥାଟି, ବାହାଦୁର ଥାଟି, ମେଘୁ ସାହୁ, ରମାକାନ୍ତ ସାହୁ, ବସୁ ପରୁଆ, ଦଳ ପରୁଆ, ସାହାଦୂର ଥାଟି ପ୍ରମୁଖ ଏଥିରେ ସକ୍ରିୟ ଅଂଶ ଗ୍ରହଣ କରୁଛନ୍ତି।

Leave A Reply

Your email address will not be published.