oom

ସଜନା ଗଛ କାଟିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମା’ ମୃତ : ବାପା ଏବଂ ୨ ଝିଅ ଆହତ

jsmm

ଛତ୍ରପୁର : ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦପୁର ଗାଁରେ ସଜନା ଗଛ ଡାଳ ହାଣି ବାହାର କରୁଥିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମା ଦମୟନ୍ତୀ ରେଡିଙ୍କ ମୃତ୍ୟୁ ହୋଇଛି । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଝିଅ ବାସନ୍ତୀ ରେଡି, ବୁଲି ରେଡି ୨୨ ଏବଂ ବାପା ନାରାୟଣ ରେଡି ଆହତ ହୋଇଛନ୍ତି । ଝିଅ ବାସନ୍ତୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଛତ୍ରପୁର ମେଡିକାଲରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସମସ୍ତଙ୍କୁ ଛତ୍ରପୁର ମେଡିକାଲକୁ ଅଣାଯାଇଥିଲା ବେଳେ ଦମୟନ୍ତୀଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ତେବେ ନାରାୟଣ ସାମାନ୍ୟ ଆହତ ହୋଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେ ଘରକୁ ଚାଲିଯାଇଛନ୍ତି । ଅନ୍ୟ ଝିଅ ବୁଲି ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ମେଡିକାଲକୁ ଆସିନାହାନ୍ତି । ଘଟଣାର ଖବର ପାଇ ସଙ୍ଗେ ସଙ୍ଗେ ମେଡିକାଲକୁ ସ୍ଥାନୀୟ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପହଞ୍ଚି ମୃତାହତ ପରିବାର ସଦସ୍ୟଙ୍କୁ ଭେଟିବା ସହ ଆଲୋଚନା କରିଛନ୍ତି ।

jittmm
Leave A Reply

Your email address will not be published.