oom

ପଣ୍ଡିତ ଫକୀର ମୋହନ ନନ୍ଦଙ୍କ ୮୭ତମ ଜୟନ୍ତୀ ପାଳିତ

jsmm

ବଲା‌ଙ୍ଗିର, (କେପିଏନ୍‌ଏସ୍‌) :ଆଜି ସ୍ଥାନୀୟ ଲିଟରରି ଏଣ୍ଡ ସୋସିଆଲ କ୍ଲବ ସଭାକକ୍ଷ ଠାରେ ପଣ୍ଡିତ ଫକୀର ମୋହନ ନନ୍ଦଙ୍କ ୮୭ତମ ଜୟନ୍ତୀ ସଭା, ସଂଗଠକ ମଦନ ମୋହନ ରଥଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଗୁରୁ ଶିବାନନ୍ଦ ଦାସ ଯୋଗଦେଇ ଥିଲେ । ଆରମ୍ଭରେ ବାବୁଲାଲ ମିଶ୍ର ଅତିଥି ମାନଙ୍କୁ ମଞ୍ଚକୁ ଆହ୍ୱାନ କରିଥିଲେ, ପରଂଭିକ ସଂଗୀତ ଗାନ କରିଥିଲେ ଶ୍ରାବଣୀ ମେହେର । ଅତିଥି ପରିଚୟ ପ୍ରଦାନ କରିଥିଲେ କସ୍ତୁରୀ ରଥ । ଏହି ଅବସରରେ ଭାଗିରଥି ମହାପାତ୍ରଙ୍କ ପୁସ୍ତକ କଠୋପନିଷଦ ଭାଗ -୨ ଉନ୍ମୋଚନ ହୋଇଥିଲା । ବାଳକୃଷ୍ଣ ଷଡ଼ଙ୍ଗୀ ଓ ସନ୍ତୋଷିନୀ ସେଠୀଙ୍କୁ ଫକୀର ନନ୍ଦ ସ୍ମୃତି ସଂମାନ ପ୍ରଦାନ କରାଯାଇଥିଲା ।ମାନପତ୍ର ପାଠ କରିଥିଲେ ରତ୍ନମୟ ତ୍ରିପାଠୀ ଓ ସସ୍ମିତା ନେପାକ । ସଭା ପରିଚାଳନା କରିଥିଲେ ସରସ୍ବତୀ ନନ୍ଦ । କାର୍ୟ୍ୟକ୍ରମକୁ ସଫଳ କରିବାରେ ସାଇ ବିନାୟକ ମିଶ୍ର, ସାଇ ଶ୍ରୀରାମ ମିଶ୍ର, ହରିସଚନ୍ଦ୍ର ମହାପାତ୍ର, ସାଇ ପ୍ରଶାନ୍ତି ମହାପାତ୍ର, ଅଳକା ନନ୍ଦା ସାହାଣୀ, ପୂର୍ଣ୍ଣମାସି ରାଉତ, ପ୍ରଭାତୀ ନନ୍ଦ ପ୍ରମୁଖ ସହଯୋଗ କରିଥିଲେ, ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ଥିଲେ ଯୁବକବି ରତ୍ନମୟ ତ୍ରିପାଠୀ ।

jittmm
Leave A Reply

Your email address will not be published.