jayashree

ଖଲ୍ଲିକୋଟଠାରେ ପଣ୍ଡିତ ବାଇକୋଳି ମହାପାତ୍ରଙ୍କ ୧୧୫ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଜ୍ୟୋତିଷ ବିଶାରଦ ପଣ୍ଡିତ ବାଇକୋଳି ମହାପାତ୍ରଙ୍କ ସ୍ମୃତି କମିଟି ପକ୍ଷରୁ ସେହି ମହାନୁଭବଙ୍କ ୧୧୫ତମ ଜନ୍ମ ଜୟନ୍ତୀ ଦିବସ ତାଙ୍କ ଜନ୍ମସ୍ଥାନ ଖଲ୍ଲିକୋଟଠାରେ ଗୁରୁବାର ସନ୍ଧ୍ୟାରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଖଲ୍ଲିକୋଟ ସ୍ଥିତ ଜିଲ୍ଲା ଶିକ୍ଷା ଓ ତାଲିମ ପ୍ରତିଷ୍ଠାନର ସମ୍ମିଳନୀ ଗୃହରେ ଆୟୋଜିତ ଏହି ଆନୁଷ୍ଠାନିକ ସ୍ମୃତି ସଭାରେ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ, ଖଲ୍ଲିକୋଟ ନଗରପାଳ ଇଞ୍ଜିନୟର ନିରଞ୍ଜନ ବେହେରା, ବ୍ଲକ ଅଧ୍ୟକ୍ଷ ଦୈତାରି ବେହେରା, ସମ୍ବର୍ଦ୍ଧିତ ଅତିଥି ପୁରୁଷୋତ୍ତମପୁର ନିକଟସ୍ଥ ଜ୍ୟୋତିଷ ବିଶାରଦ ପଣ୍ଡିତ ସୁଦର୍ଶନ ତ୍ରିପାଠୀ, ମୁଖ୍ୟବକ୍ତା ବିଶିଷ୍ଟ ସାହିତ୍ୟିକ, ଗବେଷକ ଡ. ବାୟାମନ ଚର୍ଚ୍ଚି ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ପଣ୍ଡିତ ବାଇକୋଳି ମହାପାତ୍ରଙ୍କ ୧୧୫ତମ ଜୟନ୍ତୀ ଦିବସ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସ୍ମୃତିଚାରଣ କରିଥିଲେ । ସ୍ମୃତି କମିଟିର ସଭାପତି ତଥା ପଣ୍ଡିତ ବାଇକୋଳିଙ୍କ କନିଷ୍ଠ ପୁଅ ଡ଼ା. ହରପ୍ରସାଦ ମହାପାତ୍ର ଏହି କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିବା ବେଳେ ସ୍ମୃତି କମିଟିର ସମ୍ପାଦକ ଡ. ଜଗଦୀଶ ଚନ୍ଦ୍ର ପାଲ ଏହି କାର୍ଯ୍ୟକ୍ରମରେ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଆର୍‌.ସି.ଏମ୍‌. କଲେଜର ଅଧ୍ୟାପିକା ସନ୍ଧ୍ୟାରାଣୀ ତ୍ରିପାଠୀ ସମ୍ବର୍ଦ୍ଧିତ ବ୍ୟକ୍ତିଙ୍କ ମାନପତ୍ର ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରହଲ୍ଲାଦ ବେହେରା, ଶିକ୍ଷକ ପ୍ରଦୀପ ତ୍ରିପାଠୀ, ଖଲ୍ଲିକୋଟ ଆର୍ଟ କଲେଜର ଶିଳ୍ପୀ-କଳା ଅଧ୍ୟାପକ ପଞ୍ଚାନନ ସୂର, ସ୍ମୃତି କମିଟିର କାର୍ଯ୍ୟକାରୀ ପ୍ରଭାତ କୁମାର ମିଶ୍ର, ପୂର୍ଣ୍ଣଚନ୍ଦ୍ର ରଥ, ସାମ୍ବାଦିକ ଆଶୋକ ତ୍ରିପାଠୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଶେଷରେ ବାଲୁଙ୍କେଶ୍ୱର ବିଦ୍ୟାପୀଠ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Leave A Reply

Your email address will not be published.