oom

ଡ.ଆମ୍ବେଦକର ଜୟନ୍ତୀ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତର ସମ୍ବିଧାନ ନିର୍ମାତା, ରାଜନୀତି ବିଶେଷଜ୍ଞ, କାନୁନ ବିଶେଷଜ୍ଞ, ଆର୍ଥିକ ବିଶେଷଜ୍ଞ, ସମାଜ ସଂସ୍କାରକ, ବହୁଭାଷି ବକ୍ତା, ପତ୍ରକାର, ସଂପାଦକ, ମହାନ ଚିନ୍ତକ, ଜ୍ଞାନର ପ୍ରତୀକ, ଭାରତ ରତ୍ନ ବାବା ସାହେବ ଡ. ଭୀମ ରାଓ ଆମ୍ବେଦକରଙ୍କ ଜନ୍ମ ଦିବସ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଅନୁକୂଲ୍ୟରେ ପାଳିତ ହୋଇଯାଇଛି । ସଭ୍ୟମାନେ ପୂର୍ବାହ୍ନରେ ଜିଲ୍ଳା ଦଳିତ ସମାଜ ସଭାପତି କୁନା ବାଗଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରାରେ ଅଂଶଗ୍ରହଣ କରି କଚେରି ଛକ ସ୍ଥିତ ବାବାସାହେବଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ । ଅପରାହ୍ନରେ ସ୍ଥାନୀୟ ଗୋଁଣ୍ଡୱାନା ଭବନଠାରେ ବାବାସାହେବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଏକ ସଚେତନତା ସଭାରେ ତାଙ୍କର ସଂଘର୍ଷ ଗରିମାମୟ ଜୀବନୀ, ବିଚାରଧାରା ତଥା ବିଭିନ୍ନ କ୍ଷେତ୍ରରେ ତାଙ୍କର ମହାନ ଅବଦାନ ଉପରେ ସ୍ମୁତିଚାରଣ କରିଥିଲେ । ବୈଜ୍ଞାନିକ ଚନ୍ତାଧାରା ଓ ଭାତୃତ୍ୱଭାବ ହିଁ ଦେଶର ପ୍ରଗତିରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା । ଏହି ସଭାରେ ଭବାନିପାଟଣା ସହାୟକ କୋଷାଧିକାରୀ ତଥା ଗୋଁଣ୍ଡୱାନା ଗୋଁଣ୍ଡ ସମାଜ ଜିଲ୍ଲା ସଭ୍ୟ ପ୍ରଦୀପ କୁମାର ମଲ୍ଲିକ ମୁଖ୍ୟ ଅତିଥି, ରଷ୍ଟ୍ରୀୟ ସଭ୍ୟ ଗଣେଷ ମାଝୀ ମୁଖ୍ୟବକ୍ତା, ରାଜ୍ୟ ଶିକ୍ଷା ମହାସଚିବ ମୀନକେତନ ମାଝୀ ସମ୍ମାନିତ ବକ୍ତା ଓ ଘନଶ୍ୟାମ ପୂଝାରୀ, ରୁଦ୍ରମଣି ମାଝୀ, ଡ. କୌତୁକ ପନ୍ଦର, ଅଧ୍ୟାପକ ହୃଷିକେଶ ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସଚିବ ନୃପ ଭୋଇ ସଭା ପରିଚାଳନା କରିଥିବା ବେଳେ ତମିତ କୁମାର ମାଝୀ ଧନ୍ୟବାଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.