oom

କବିତା ପାଠରେ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ଵାଧୀନତା ସଂଗ୍ରାମର ଦୁଇ ମହାନାୟକ ସୁଭାଷ ଚନ୍ଦ୍ର ବୋଷ ଓ ସୁରେନ୍ଦ୍ର ସାଏଙ୍କ ଅସୀମ ବୀରତ୍ୱ ଏବଂ ବିପ୍ଳବର ଗାଥା ବହନ କରିଥିବା ସ୍ଵରଚିତ କବିତା ସହ ବକ୍ତବ୍ୟ ମାଧ୍ୟମରେ ଡେଲାଙ୍ଗ ଷ୍ଟେସନ ବଜାର ସ୍ଥିତ ଶ୍ୟାମସୁନ୍ଦର ପାଠାଗାର ଓ ସଂଗ୍ରହାଳୟ ପରିସରରେ ସେମାନଙ୍କ ଜୟନ୍ତୀ ପାଳନ ଅବସରରେ କବି କବୟିତ୍ରୀ, ଶିକ୍ଷକ ଶିକ୍ଷାବିତ, ବୁଦ୍ଧିଜୀବୀ ତଥା ମାନ୍ୟଗଣ୍ୟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଅନୁଷ୍ଠିତ କବିତା ପାଠୋତ୍ସବ ଓ ଆଲୋଚନା ଚକ୍ରରେ ଶିକ୍ଷାବିତ ଗୋଲକ ବିହାରୀ ବରାଳ ଅଧ୍ୟକ୍ଷତା କରିଥିଲେ । ସୁନାମଧନ୍ୟ ସୁବକ୍ତା ସନ୍ତୋଷ କୁମାର ମହାନ୍ତି ସଭାକାର୍ଯ୍ୟ ଶୃଙ୍ଖଳାର ସହ ସୁପରିଚାଳନା କରିଥିଲେ । ମୁଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ଐତିହାସିକ ଉତ୍କଳ ସମ୍ମିଳନୀ ଜିଲ୍ଲା ସଭାପତି ଭୀମସେନ ମହାପାତ୍ର, ଶିଶୁ ସାହିତ୍ୟିକ ରମେଶ ଦାଶ ପ୍ରମୁଖ ଦୁଇ ଦେଶଭକ୍ତଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ସ୍ୱାଧୀନତା ପାଇଁ ସେମାନଙ୍କ ଅଭୁତପୂର୍ବ ଅବଦାନର ଅବତାରଣ କରିଥିଲେ । ଅନୁଷ୍ଠାନର ମୁଖ୍ୟ କର୍ଣ୍ଣଧାର ସମ୍ପାଦକ କାଶୀନାଥ ମହାପାତ୍ର ସମବେତ ଅତିଥିମାନଙ୍କୁ ଅଭିଭାଷଣ ମାଧ୍ୟମରେ ସାଦର ସ୍ଵାଗତ କରିବା ସହ ସଂଗ୍ରାମୀଙ୍କ ଆତ୍ମବଳି ଏବଂ ପାଠାଗାରର ଭାବି ମହତ ଉଦ୍ଦେଶ୍ୟ ଓ କାର୍ଯ୍ୟଧାରା ସମ୍ପର୍କରେ ଅବଗତ କରାଇଥିଲେ । ନିମନ୍ତ୍ରିତ ଅତିଥି ଭାବେ ବରିଷ୍ଠ ବୁଦ୍ଧିଜୀବୀ ତଥା ସମାଜସେବୀ ଅନାମ ଚରଣ ମଲିକ, ଦିବାକର ପ୍ରଧାନ, ରୋହିତ ଚମ୍ପତି, ଦ୍ୱିତୀକୃଷ୍ଣ ମହାନ୍ତି, କବି ତଥା ସାହିତ୍ୟ ସଂସ୍କୃତିର ପ୍ରିୟ ଶିକ୍ଷକ ଚନ୍ଦ୍ର ଶେଖର, ପ୍ରଭାତ କୁମାର ସେଠୀ, ସନ୍ତୋଷ କୁମାର ଦାସ, ଗୋପାଳ ମହାପାତ୍ର, ଅଭୟ ଚରଣ ସାହୁ, କବୟିତ୍ରୀ ଲକ୍ଷ୍ମୀପ୍ରିୟା ଦାଶ, କିରଣ ମନୀଷା ମହାନ୍ତି, ଆଇନଜୀବୀ ହୃଷିକେଶ ପାଢ଼ୀ ପ୍ରମୁଖ ଏଥିରେ ଯୋଗ ଦେଇ ଏହି ଦୁଇ ମହାନ ଯୋଦ୍ଧାଙ୍କ ଅପୂର୍ବ ତ୍ୟାଗ, ସଚ୍ଚା ଦେଶପ୍ରେମ ସ୍ବାଭିମାନି ଜୀବନୀ ଆଧାରିତ ସ୍ବରଚିତ କବିତା ସ୍ବଶୈଳୀରେ ପାଠ କରିବା ସହ ସେମାନଙ୍କର ଗଭିର ଦେଶଭକ୍ତି ପ୍ରତ୍ୟେକଙ୍କ ମାନସପଟରେ ଅଭୁଲା ହୋଇ ରହିବା ସହ ଭବିଷ୍ୟତ ପିଢ଼ି ସେମାନଙ୍କ ଭଳି ଦେଶଭକ୍ତିରେ ଉଦବୁଦ୍ଧ ହେବାକୁ ଏବେଠାରୁ ସମସ୍ତେ ଚେଷ୍ଟିତ ହେବାକୁ ଆହ୍ବାନ ଦେଇଥିଲେ । ପାଠାଗାରକୁ ରମେଶ ଦାଶ ପାଞ୍ଚୋଟି ଜ୍ଞାନମଣ୍ଡଳ ପୁସ୍ତକ ଓ‌ ପରିବେଶକର୍ମୀ ପାଢ଼ୀଙ୍କ ତରଫରୁ ତିନୋଟି ପୁସ୍ତକ ପ୍ରଦାନ ପୂର୍ବକ ତାଙ୍କର ପାକ୍ଷିକ ପରିବେଶ ସୁରକ୍ଷା କବିତା ପାଠ ବ୍ୟାନର ମୁଖ୍ୟ ଅତିଥିଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା । ଶିକ୍ଷକ ପ୍ରଣୟ କୁମାର ସ୍ବାଇଁ, ରଶ୍ମିରଞ୍ଜନ ବଡ଼ଜେନା, ଉଦୀୟମାନ ଯୁବକ ଚନ୍ଦନ ଚର୍ଚ୍ଚିତ ମହାପାତ୍ର ଓ ବିଶ୍ଵରଞ୍ଜନ ମହାପାତ୍ର ସଭାରେ ସକ୍ରିୟ ସହଯୋଗ କରିଥିଲେ । ପାଠକମାନଙ୍କ ସଂଖ୍ୟା ବୃଦ୍ଧି କରାଯାଇ ସମାଜରେ ସଫଳ ପରିବର୍ତ୍ତନ ଆଣିବାରେ ସମସ୍ତଙ୍କ ସହୋଯୋଗ କାମନା କରି ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.