ବାଲିଗୁଡାରେ ବିଜୁବାବୁଙ୍କ ୧୧୦ତମ ଜୟନ୍ତୀ ପାଳିତ

  • ଜନସାଧାରଣଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ ସ୍ଥିତ ମହାସିଙ୍ଗ ଠାରେ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ବିଜେଡି ଉପସଭାପତି ଟୁନା ଦାସଙ୍କ ନେତୃତ୍ୱରେ ଆୟୋଜିତ ସଭାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଫଟୋଚିତ୍ରରେ ଦୀପ ଧୂପ ପ୍ରଜ୍ୱଳନ ପୂର୍ବକ ପୁଷ୍ପ ମାଲ୍ୟାର୍ପଣ କରି ବିଜେଡିର ସଂଗଠନକୁ ଅଧିକ ମଜବୁତ କରିବା ସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ଶପଥ ପାଠ କରିଥିଲେ ବିଜେଡି କର୍ମୀ । ବିଜେପି ସରକାରର କୋଡିଏ ମାସ ମଧ୍ୟରେ କୌଣସି ପ୍ରତିଶୃତି ପାଳନ କରିନାହିଁ ବିଜେପି । ବରଂ ବିଜେପି ସରକାରରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇବା ସହ , ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିଛି, ଚାଷୀ ଆଜି ହତାଶ ହୋଇଛନ୍ତି ବୋଲି ବିଜେଡି ଜିଲ୍ଲା ଉପସଭାପତି ଟୁନା ଦାସ କହିଛନ୍ତି । ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ଜବର ଦଖଲ ଉଚ୍ଛେଦ, ଚାଷୀଙ୍କ ସମସ୍ୟା ପରି ଅନେକ ସମସ୍ୟା ନେଇ ଜନସାଧାରଣଙ୍କ ପାଇଁ ବିଜେଡି ସଦାସର୍ବଦା ଲଢେଇ ଜାରୀ ରଖିବ । ଆବଶ୍ୟକ ପଡିଲେ ଲୋକଙ୍କ ନ୍ୟାର୍ଯ୍ୟ ଦାବି ସହ ହକ ପାଇଁ ରାଜରାସ୍ତାକୁ ମଧ୍ୟ ଓହ୍ଲାଇବ ବୋଲି ଆହ୍ୱାନ ଦେଇଛନ୍ତି ବିଜେଡି ଜିଲ୍ଲା ଉପସଭାପତି ଟୁନା ଦାସ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ, ପୂର୍ବତନ ବିଧାୟକ ରାଜୀବ ପାତ୍ର, ବରିଷ୍ଠ ବିଜେଡି ନେତା ପ୍ରମୋଦ ସାହୁ, ବାଲିଗୁଡା ନଗର ବିଜେଡି ସଭାପତି ଏମଡି ସାବେଜ ଉଦିନ, ବାଲିଗୁଡା ବ୍ଲକ ବିଜେଡି ସଭାପତି ଅବନୀକାନ୍ତ ନାୟକଙ୍କ ସମେତ ବାଲିଗୁଡା ନିର୍ବାଚନ ମଣ୍ଡଳୀର ଚାରି ଗୋଟି ବ୍ଲକର ବିଜେଡି ନେତା ଓ କର୍ମୀ ପ୍ରମୁଖ ଯୋଗ ଦେଇନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ ।

Leave A Reply

Your email address will not be published.