ସ୍ୱର୍ଗତ ସୂର୍ଯ୍ୟମଣି ଦେବୀଙ୍କ ଶ୍ରାଦ୍ଧ ଜୟନ୍ତୀ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡ଼ା. ସିନ୍ଧୁ ନନ୍ଦିନୀ ତ୍ରିପାଠୀ (ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ)ଙ୍କ ମାତା ସ୍ୱର୍ଗତ ସୂର୍ଯ୍ୟମଣି ଦେବୀଙ୍କ ପୂଣ୍ୟ ଶ୍ରାଦ୍ଧ ଦିବସ ନେସନାଲ ପିସ ୟୁନିସନ ମଧ୍ୟରେ ପାଳନ କରାଯାଇଛି । ସ୍ୱର୍ଗତ ସୂର୍ଯ୍ୟମଣି ଦେବୀ ବଲାଙ୍ଗିର ଜିଲ୍ଲାରେ ଆର୍ଥିକ ସ୍ୱଚ୍ଛଳତା ନଥିବା ଦୁସ୍ଥ ରୋଗୀ ମାନଙ୍କ ପାଇଁ ଏକ ଶବ ବାହକ ଆମ୍ବୁଲାନ୍ସ ଅର୍ପଣ କରିଛନ୍ତି, ଯାହା ଏ ଅଂଚଳର ରୋଗୀଙ୍କ ପାଇଁ ଏକ ଦୃଢ଼ସେବା ବୋଲି ସତ୍ୟ ରଞ୍ଜନ ମିଶ୍ର ଜଣାଇଛନ୍ତି । ସ୍ୱର୍ଗତ ସୂର୍ଯ୍ୟମଣି ଦେବୀଙ୍କ ସ୍ମରଣରେ ବଲାଙ୍ଗିର ଜିଲ୍ଲାର ରୋଗୀଙ୍କ ସ୍ୱାସ୍ଥ୍ୟ ସେବା ତଥା ପରିବେଶ ଓ ବୃକ୍ଷରୋପଣ ପାଇଁ ଅନେକ ସେବା ଆସନ୍ତା ଦିନ ମାନଙ୍କରେ ଯୋଗାଇ ଦିଆଯିବ ବୋଲି ଅନୁଷ୍ଠାନ ତରଫରୁ ଜଣାଯାଇଛି ।

Leave A Reply

Your email address will not be published.