ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳା ଠାରେ ଅଗ୍ରୱାଲ ସମାଜ ତରଫରୁ ଅଗ୍ରସେନ ଜୟନ୍ତୀ ସୋମବାର ପାଳିତ ହୋଇଯାଇଛି । ଏନେଇ ଅନୁଷ୍ଠିତ ସଭାରେ ଅଗ୍ରୱାଲ ସମାଜ ଅନିଲ ଅଗ୍ରୱାଲ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ବଲାଙ୍ଗିରର ଇ. ମନୋଜ ଜେନା, ମୁଖ୍ୟବକ୍ତା ମମତା ଜୈନ, ସମ୍ମାନିତ ଅତିଥି ବୋନୋଦ ଜୈନ, ସବିତା ଜିନ୍ଦଲ, ରୋହିତ ଅଗ୍ରୱାଲ ଯୋଗ ଦେଇଥିଲେ । ଅମନ ଅଗ୍ରୱାଲ ମଞ୍ଚ ପରିଚାଳନା କରିଥିବା ବେଳେ ନିଲେଶ ଅଗ୍ରୱାଲ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଜି ସକାଳେ ମାରୱାଡି ସମାଜ ତରଫରୁ ପାଇକମାଲ ସହର ପରିକ୍ରମା କରି ସ୍ଥାନିୀୟ ଧର୍ମଶାଳା ଠାରେ ସମାଜର ବରିଷ୍ଠ ସଦସ୍ୟ କିଶନଲାଲ ଅଗ୍ରୱାଲ ମହାରାଜ ଅଗ୍ରେସନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ୪ଟାରେ ମହାରାଜା ଅଗ୍ରେସନ ଭୂମିକାରେ ଅନରେଶ ଅଗ୍ରୱାଲ ଅଭିନୟ କରି ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଦିନସାର ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶେଷରେ ସମାଜର ସମ୍ପାଦକ ଆୟୁଷ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରଥିଲେ ।
Next Post