ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ୍ାଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ଵରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୪ ତମ ଜୟନ୍ତୀ ପାଳିତ ହୋଇଯାଇଛି । ସଭାରେ ଗଙ୍ଗାଧର ମେହେର ଉଚ୍ଚ ବିଦ୍ୟାଳୟ ସାଗରପାଲିର ହିନ୍ଦୀ ଶିକ୍ଷକ, ଗୀତିକାର, କବି, ତଥା ଜୁନିଅର ରେଡକ୍ରସ ସାଧନ କର୍ମୀ ଡ. ବନବାସ ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଗଙ୍ଗାଧର ସାହିତ୍ୟ ସହିତ କୋଶଳୀ ଭାଷାରେ ସ୍ଵ ଅନୁବାଦିତ କବିତା କୀଚକ୍ ବଧ ଉପରେ ଆଲୋଚନା କରିଥିଲେ । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଦିବସକୁ ସଂଯୋଜନା କରିବା ସହ ଗଙ୍ଗାଧର ମେହେରଙ୍କ ଜୀବନୀ ଆଲୋଚନା କରିଥିଲେ । ସଭାରେ ସମ୍ମାନିତ ଅତିଥି ଭାବରେ ମୋ ସ୍କୁଲ ଅଭିଯାନ କମିଟି ସଭାପତି ସତ୍ୟନାରାୟଣ ପ୍ରଧାନ, କନ୍ଦାଗାଡ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ସମ୍ପଦ ଖମାରୀ, ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ମନୋଜ କୁମାର ପୂଜାରୀ ସମ୍ମାନିତ ଅତିଥି ଭାବରେ ମଞ୍ଚ।ଷିନ ହୋଇଥିଲେ । ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିବା ବେଳେ ଛାତ୍ରୀ ଆୟୁଷୀ, ପାୟାଲ, ପ୍ରୀତି,ଖୁସି, ଜାଗୃତି ଦୀପ୍ତି ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ଆଜିକାର ସଭାରେ ଦୀପ୍ତି, ଜାଗୃତି, ଅନୁପମା, ଶ୍ରିମୟୀ ସୁଲଳିତ କଣ୍ଠରେ ବିଶ୍ଵ ଦେଖା ମଧୁମୟ ସଙ୍ଗୀତ ଆବୃତ୍ତି କରିଥିଲେ । ପରିଚାଳନା କମିଟି ର ପୂର୍ବତନ ସମ୍ପାଦକ ଶାନ୍ତନୁ ପ୍ରଧାନ, ବର୍ତ୍ତମାନ ସଭ୍ୟ ଭୋଳନାଥ ଛତର, ମା ତାରିଣୀ ସ୍ଵୟଂସହାୟକ୍ ଗୋଷ୍ଠୀର ସଦସ୍ୟାବୃନ୍ଦ ଯୋଗଦାନ କରିଥିବା ବେଳେ ଶିକ୍ଷକ ଚିନ୍ମୟ କୁମାର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ରାଜୁ ମେହେର, ସଞ୍ଜୀବ ପୂଜାରୀ, କିରଣ କୁମାର ପଟେଲ, ସ୍ନିଗ୍ଧା ପ୍ରଧାନ, ନିକିତା ଦୀପ, ମାମିନା ଭୋଇ, ମୀନକେତନ ଦାସ, ବିଭୀଷଣ ଖମାରୀ, ସୁରଜ୍ ଖମାରୀ , ସମୀର କାଠର, ସୋଭାଗିନି ସାହୁ, ସୂର୍ଯ୍ୟକାନ୍ତ କାଣ୍ଡ ପ୍ରଭୁତି ସହଯୋଗ କରିଥିଲେ ।

Prev Post