ଦହିତା ମହାବିଦ୍ୟାଳୟରେ ଗଙ୍ଗାଧର ମେହେର ଜୟନ୍ତୀ

  • ପରିସ୍ଥିତି ମୁକାବିଲା ଓ ସହନଶୀଳତା ପାଇଁ ମନ୍ତ୍ର ଦିଏ ଗଙ୍ଗାଧର ସାହିତ୍ୟ : ସମ ସ୍ଵରରେ ଛାତ୍ରଛାତ୍ରୀ ଗାଇଲେ ବିଶ୍ୱ ଦେଖ ମଧୁ ମୟରେ ଜୀବନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁରର ନିକଟସ୍ଥ ବୁଦ୍ଧଦେବ ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଗୁରୁବାର ଦିନ ସମାରୋହରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜେଶ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅଞ୍ଚଳ ମହା ବିଦ୍ୟାଳୟର ଓଡ଼ିଆ ପ୍ରାଧ୍ୟାପକ ଡ.ସରୋଜ ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ଗଙ୍ଗାଧର ସାହିତ୍ୟର ବିନମ୍ରତା ତଥା ସହନଶୀଳତା ସ୍ଵଭାବକୁ ସମାଜ ଗ୍ରହଣ କରିବା ଉଚିତ ବୋଲି ବିଭିନ୍ନ କାବ୍ୟ କବିତାକୁ ଆଲୋଚନା ମାଧ୍ୟମରେ ପ୍ରକାଶ କରିଥିଲେ । ଅଧ୍ୟାପକ ସୁଶାନ୍ତ ମିଶ୍ର ଜୀବନର ପ୍ରତିକୂଳ ପରିସ୍ଥିତିରେ ଗଙ୍ଗାଧର ସାହିତ୍ୟର ପ୍ରାସଙ୍ଗିକତାକୁ ଆଲୋକପାତ କରିଥିଲେ । ବରିଷ୍ଠ ଅଧ୍ୟାପକ ଲମ୍ବୋଦର ତାଣ୍ଡି ଉଦ୍ଦେଶ୍ୟ ଜ୍ଞାପନ ଅବସରରେ ଗଙ୍ଗାଧରଙ୍କ ମହାନତାକୁ ସୂଚାଇ ଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ ଶୃତଘନ ପ୍ରଧାନ, ପ୍ରିୟରଞ୍ଜନ ସାହୁ, ନାରାୟଣ ହୋତା, ରାଜେଶ ଥନାପତି, ରତିକାନ୍ତ ସୁଆର, କୃପାସିନ୍ଧୁ ପୋଢ଼, ସୁବଳ ସାହୁ, ମାନଭଞ୍ଜନ ହୋତା ପ୍ରମୁଖ ଉପସ୍ଥିତ ଥିଲେ । ଅଧ୍ୟାପକ, କର୍ମଚାରୀ ତଥା ଶହ ଶହ ଛାତ୍ରଛାତ୍ରୀ କବି ଗଙ୍ଗାଧର ମେହେରଙ୍କ ବିଶ୍ୱ ଦେଖ ମଧୁମୟ ରେ ଜୀବନ ସଙ୍ଗୀତକୁ ସମ ସ୍ଵରରେ ଗାନ କରିଥିଲେ ।

Leave A Reply

Your email address will not be published.