ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କବିବରଙ୍କର ସ୍ମୃତି ଚରଣ ପାଇଁ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ମାନସ ଶତପଥୀ ସଭା ପରିଚାଳନା କରିଥିବା ବେଳେ ଛାତ୍ରୀ ଶୁଭଶ୍ରୀ ସୁନା, ଶ୍ରାବଣୀ ମିଶ୍ର, ଶ୍ରାବଣୀ ସାହୁ ଓ ଆକାଂକ୍ଷା ହୋତା କବିଙ୍କ ଜୀବନୀ ବର୍ଣ୍ଣନା କରିଥିଲେ । ଶିକ୍ଷୟତ୍ରୀ ମନୀଷା ଭୋଇ, ପ୍ରଭାତୀ ପଟ୍ଟନାୟକ ଓ ପୂଜାରାଣୀ ନାୟକ କବିଙ୍କର କଳାକୃତି ଉପରେ ଆଲୋକପାତ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ପାଣିଗ୍ରାହୀ କବିବର ପ୍ରଣୟ ବଲ୍ଲରୀରେ କଣ୍ୱ ମୁନିଙ୍କ ମାଧ୍ୟମରେ ନାରୀ ସମାଜକୁ ଯେଉଁ ଉପଦେଶ ଦେଇଛନ୍ତି, ଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଏହି ଉପଲକ୍ଷେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସଭାକୁ ସଫଳ କରିବା ପାଇଁ ଜ୍ୟୋତ୍ସାରାଣୀ ସାହୁ, ମନିଳୀମା ରାଣୀ ମହାନ୍ତି, ଦୁଷ୍ମନ୍ତ ଛତର ଓ ଅନନ୍ୟା ଶିକ୍ଷକ ଶିକ୍ଷୟିତ୍ରୀ ସହାୟତା କରିଥିଲେ । ପରିଶେଷରେ ଖୁସବୁ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.