ପାଇକମାଲ ହାଇସ୍କୁଲରେ ଗଙ୍ଗାଧର ଜୟନ୍ତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗଙ୍ଗାଧର ଜୟନ୍ତୀ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପାଳନ ହୋଇଯାଇଛି । ଗଙ୍ଗାଧରଙ୍କ ଜୀବନୀ ଏବଂ ସାହିତ୍ୟ କୃତି ବିଷୟରେ ବବିତା ବେହେରା ଆଲୋଚନା କରି ଛାତ୍ରଛାତ୍ରୀଙ୍କୁ ନାରୀ ଚରିତ୍ର ଚିତ୍ରଣ ସହ ସତ୍‌ଭାବ କିପରି ଜାଗ୍ରତ ହେବ ସେ ବିଷୟରେ ଆଲୋଚନା କରିଥିଲେ । ସୁଦାମ ପାଣ୍ଡେ ଓ ରଜତ କୁମାର ସାହୁ ସହଯୋଗ କରିଥିଲେ । ମଞ୍ଚ ପରିଚାଳନା ତ୍ରିଲୋଚନ ନାୟକ ଏବଂ ନିରୁପମା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.