ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗଙ୍ଗାଧର ଜୟନ୍ତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଏକ ସାହିତ୍ୟ ରସମୟ ପରିବେଶରେ ପଦ୍ମପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଯାଇଛି ରଙ୍ଗାଜୀବ ଗଙ୍ଗାଧରଙ୍କ ଜନ୍ମୋତ୍ସବ । ଉତ୍ସବ ଆରମ୍ଭ ହୋଇ ପରିସର ଭିତରେ ଥିବା ଗଙ୍ଗାଧରଙ୍କର ପ୍ରତିମୂର୍ତ୍ତିରେ କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ତଥା ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରୀ ମାନଙ୍କର ମାଲ୍ୟାର୍ପଣରୁ ତା ପରେ କବିବରଙ୍କର ସ୍ମୃତିଚାରଣ କରିବା ପାଇଁ ଆୟୋଜିତ ହୁଏ ଏକ ସାହିତ୍ୟ ସଭା । ସଭାର ସଭାପତି ଥିଲେ କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ । ଛାତ୍ରୀ ଶୁଭଶ୍ରୀ ସୁନା, ଶ୍ରାବଣୀ ମିଶ୍ର, ଆକାଂକ୍ଷା ହୋତା ଓ ସାନିୟା କୁରେଷି ଗଙ୍ଗାଧରଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ । ଛାତ୍ରୀ ସୁନନ୍ଦା ଦୀପ ଗଙ୍ଗାଧରଙ୍କ ରଚିତ କବିତା ଗାନ କରିଥିଲେ । ଶିକ୍ଷୟତ୍ରୀ ପୂଜା ନାୟକ, ପ୍ରଭାତୀ ପଟ୍ଟନାୟକ ଓ ମନୀଷା ଭୋଇ କବିଙ୍କର କୃତିତ୍ୱ ଉପରେ ଆଲୋକପାତ କରିଥିଲେ । ମାନସ କୁମାର ଶତପଥି ସଭାକୁ ପରିଚାଳନା କରିଥିଲା ବେଳେ ଚକ୍ରଧର ନାୟକ, ଖୁଶବୁ ବରିହା ଓ ଦୁଷ୍ମନ୍ତ ଛତର ସଭାକାର୍ଯ୍ୟ ସଂଚାଳନରେ ସାହାୟତା କରିଥିଲେ । ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ ପରେ ବରିଷ୍ଠ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁଙ୍କ ଧନ୍ୟବାଦ ଅର୍ପଣ ପୂର୍ବକ ସଭା କାର୍ଯ୍ୟକ୍ରମକୁ ସାଙ୍ଗ କରାଯାଇଥିଲା ।

Leave A Reply

Your email address will not be published.