oom

ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୪ତମ ଜୟନ୍ତୀ ମଣ୍ଡଳ କାରାଗାର ବ୍ରହ୍ମପୁରଠାରେ ପାଳିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଇଂରେଜ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରି ବଣ ପାହାଡ ଘେରା ଅଭିଭକ୍ତ କୋରାପୁଟରୁ ସ୍ଵାଧୀନତା ସଂଗ୍ରାମର ତୁରୀବାଦ କରିଥିବା ମହାନ୍ ଦେଶଭକ୍ତ ସ୍ଵାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୪ତମ ଜନ୍ମ ଜୟନ୍ତୀ ଦିବସ ବ୍ରହ୍ମପୁର ମଣ୍ଡଳ କାରାଗାର ପରିସରରେ ପାଳିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ମହାନ୍ ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତୀରେ ବ୍ରହ୍ମପୁର ମହାନଗର ନିଗମ ଡେପୁଟି କମିଶନର ବିନୋଦ କୁମାର ବେହେରା ମୁଖ୍ୟ ଅତିଥି ରୂପେ, ବ୍ରହ୍ମପୁର ମଣ୍ଡଳ କାରାଗାର କାରାପାଳ (ଜେଲର) ସତ୍ୟ ନାରାୟଣ ବେହେରା, ମହାନ୍ ସଂଘର ସଭାପତି ସୁଶାନ୍ତ କୁମାର ସାବତ ଅନ୍ୟତମ ଅତିଥି ରୂପେ ଯୋଗଦାନ କରି ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସର୍ବ ପ୍ରଥମେ ମଣ୍ଡଳ କାରାଗାର ସମ୍ମୁଖ ଯେଉଁଠି ବୀର ସଂଗ୍ରାମୀଙ୍କୁ ଫାଶୀ ଦିଆଯାଇଥିଲା ସେହିଠାରେ ଥିବା ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ କରାଯିବା ପରେ ଜେଲ ପରିସର ମଧ୍ୟରେ ରହିଥିବା ଶହୀଦଙ୍କ ସ୍ମୃତି ମନ୍ଦିରରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା । ସ୍ମୃତି ମନ୍ଦିର ସମ୍ମୁଖରେ ସମସ୍ତ ଅନ୍ତେବାସୀ ମାନଙ୍କ ଗହଣରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ପରିଚାଳନା ଓ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମସ୍ତ ଅତିଥି ଗଣ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରି ଇଂରେଜ ଶାସନ ବିରୋଧରେ କିଭଳି ଲଢେଇ କରିଥିଲେ । ଗାନ୍ଧିଜୀଙ୍କ ସ୍ଵାଧୀନତା ଆନ୍ଦୋଳନରେ ସାମିଲ ହୋଇ କିଭଳି ମିଥ୍ୟା ଆରୋପରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ପାଇଥିଲେ ତାହା ଉପସ୍ଥାପନ କରି ସ୍ମୃତି ଚାରଣ କରିଥିଲେ । ଅନ୍ତେବାସୀ ଗଣ ଗାନ୍ଧିଜୀଙ୍କ ପ୍ରିୟ ଭଜନ ଗାନ କରି ସ୍ଵାଧୀନତା ସଂଗ୍ରାମୀଙ୍କ ଜୟଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମି ରାଣୀ ନିମାକା, ବ୍ରହ୍ମପୁର ସହରର ବହୁ ବିଶିଷ୍ଟ ବ୍ୟକ୍ତି, ମନ୍ୟଗଣ୍ୟ ବ୍ୟକ୍ତି ଓ ଅନେକ ସାମ୍ବାଦିକ ଗଣ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.