ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ଗୋପବନ୍ଧୁ ବୃଦ୍ଧାଶ୍ରମ ତରଫରୁ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ୨୧ ତାରିଖରେ ଭୁବନେଶ୍ୱର ସ୍ଥିତ ପାଣ୍ଡରା ଛକ ଉତ୍କଳମଣି ଗୋପବନ୍ଧୁ ଆଦର୍ଶ ବୃଦ୍ଧାଶ୍ରମଠାରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ତରଫରୁ ଉତ୍କଳକେଶରୀ ଡ. ହରେକୃଷ୍ଣ ମହତାବଙ୍କ ଜନ୍ମ ଜୟନ୍ତୀ ପାଳନ ହେବା ସହିତ ନିଶିଗନ୍ଧା ଭାଷା ପ୍ରତଷ୍ଠାନର ସମ୍ପାଦକ ବଳରାମ ତରାଇଙ୍କ ଜନ୍ମ ଦିବସ ପାଳନ ହୋଇଥିଲା । ଜନ୍ମ ଦିନ ପାଳନ ଅବସରରେ ଗୋପବନ୍ଧୁ ସେବାଶ୍ରମର ଉଦ୍ୟୋକ୍ତା ନିଲୁ ଖୁଣ୍ଟିଆ ଓ ବିଜୟଲକ୍ଷ୍ମୀ ବେହେରା, ପ୍ରଜ୍ଞାସ୍ମିତା ଦାଶ, ରଜତ ବାରିକ, ବଳରାମ ତରାଇ ଯୋଗ ଦେଇଥିଲେ । ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହ ଉପସ୍ଥିତ ସଭ୍ୟମାନେ ସମୂହ ଭାବେ ବୃକ୍ଷ ରୋପଣ କରିଥିଲେ । ସମାଜ ସେବୀ ବଳରାମ ତାରାଇଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା ବୃଦ୍ଧାଶ୍ରମର ଅନ୍ତେବାସୀ ଓ ସଭ୍ୟମାନେ ଏକତ୍ର ପ୍ରସାଦ ସେବନ କରିଥିଲେ । ସମାଜ ସେବା ଓ ଭାଷା ସାହିତ୍ୟ ମାତୃଭାଷାଙ୍କ ସେବା ଚାହିଁଲେ କେହି କରିପାରିବେ ନାହିଁ । ସେବା ଭାବ ଉଦୟ ହୁଏ ହୃଦୟର ଗଭୀରତମ ପ୍ରଦେଶରୁ ସ୍ୱତଃସ୍ପୁର୍ତ ଭାବେ ଏହା ଜୀବନ ବ୍ୟାପି ସାଧନା, ଏପରି ସୌଭାଗ୍ୟ ସମସ୍ତଙ୍କୁ ମିଳିନଥାଏ ।
ଯାହା ମିଳିଛି ବଳରାମ ତରାଇଙ୍କୁ । ମାତ୍ର ନଅ ବର୍ଷ ବୟସରୁ ଚତୁର୍ଥ ଶ୍ରେଣୀ ପାଠପଢ଼ାରୁ, ତାଙ୍କ ଅଜାଣତରେ ସେ ବାଳୁତ ବୟସରୁ ସମାଜ ସେବା କରି ଆସୁଛନ୍ତି । ଗ୍ରାମ ରାସ୍ତା ସଫା କରିବା, ଦଳପୂର୍ଣ୍ଣ ପୋଖରୀକୁ ପରିଷ୍କାର କରିବା, ଗଛଟିଏ ଲଗାଇବା ତାଙ୍କର ସହଜାତ ପ୍ରବୃତି । ଏବେ ତାଙ୍କୁ ଅନେକ ଓଡ଼ିଶାରୁ ବିଭିନ୍ନ ଅନୁଷ୍ଠାନ ସମ୍ମାନ ପ୍ରଦାନ କରିଛନ୍ତି । ନିଜେ ଅଙ୍ଗଦାନ କରିବା ସହିତ ୨୩୪ଜଣ ଅଙ୍ଗଦାନ କରାଇଛନ୍ତି । ଗୋଟିଏ ଗଛ କୋଟିଏ ଜୀବନ ଅଭିଯାନକୁ ଏବେ ୩୦ ଜିଲ୍ଲାରେ ଆୟୋଜନ କରି ୫୦୦୦ରୁ ଅଧିକ ବୃକ୍ଷ ରୋପଣ କରାଯାଇଛି ।

Leave A Reply

Your email address will not be published.