
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବାରପୁଡ଼ୁଗିଆ ଗ୍ରାମପଞ୍ଚାୟତର କେରମେଲି ଗ୍ରାମ ଠାରେ ମହା ସମାରୋହରେ ଜୟଦୂର୍ଗା କ୍ଲବ ଆନୁକୂଲ୍ୟରେ ନୂଆଖାଇ ଭେଟ୍ ଅନୁଷ୍ଠିତ ହୋଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦୦୦ ଲୋକ ଯୋଗ ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଆମ ଅଞ୍ଚଳ ବିଭିନ୍ନ ଲୋକଗୀତ ସମ୍ବଲପୁରୀ ନୃତ୍ୟ ଓ ଆଧୁନିକ ଗୀତର ତାଳେ ତାଳେ ନାଚିଥିଲେ ଦର୍ଶକ । ପ୍ରଥମେ ଇଷ୍ଟଦେବୀ ମା’ ମାହେଶ୍ୱରୀ ଦେବୀ, ଅଲେଖ ମହିମାଙ୍କୁ ପୂଜା ପ୍ରାର୍ଥନା କରି ଆଗାମୀ ବର୍ଷରେ ଆହୁରି ସୁଖ ସମୃଦ୍ଧି ସମସ୍ତଙ୍କୁ ଦିଅନ୍ତୁ କହି ନୂଆଁଖାଇ ଜୁହାର ଭେଟ ସମସ୍ତେ ସମସ୍ତଙ୍କୁ ଜଣାଇଥିଲେ । ଉପସ୍ଥିତ ଅତିଥି ବୃନ୍ଦ ସମସ୍ତଙ୍କ ଏକତା ନିହାତି ଜରୁରୀ ଏକ ସୁସ୍ଥ ଗ୍ରାମ ଗଠନ କରିବା ପାଇଁ ଏବଂ ଆଜିର ଉପସ୍ଥିତି ଉଦାହରଣ ହୋଇରହିବ ବୋଲି କହିଥିଲେ । ଅତିଥି ସରପଞ୍ଚ ଜନ୍ମଜୟ ମେହେର, ଦେବାଳୟ ସୁରକ୍ଷା କମିଟି ସଭାପତି ଜୟକୃଷ୍ଣ ମିଶ୍ର, ସମବାୟ ସମ୍ପାଦକ ପ୍ରମୋଦ କର୍ମୀ, ଦିଲୀପ ବର୍ଗେ, ଅଲିନା ମେହେର, ସୁବାସ ପଟେଲ, ପ୍ରଦ୍ୟୁମ୍ନ ମେହେର, ସୁରଥ କର୍ମୀ, ଘୁଣ୍ଡୁଗୋପାଳ ପଧାନ ପ୍ରମୁଖ ଯୋଗଦେଇଥିଲେ । ଲକ୍ଷ୍ମୀକାନ୍ତ ସାହୁ ଓ ଜୟକୁମାର ମେହେର ମଞ୍ଚ ପରିଚାଳନା କରିଥିଲେ ଏବଂ ସଭାପତି ଡୋଳାମଣି ପଧାନ, ସମ୍ପାଦକ ହୃଷୀକେଶ ମେହେର, ଉପସଭାପତି ପଦାର୍ଥ ଭୁଏ, ହେମନ୍ତ ପଧାନ, ଉମାକାନ୍ତ ସାହୁ, ରମାକାନ୍ତ ପୋଢ଼, ସିଦ୍ଧେଶ୍ୱର କର୍ମୀ, ରବୀନ୍ଦ୍ର କର୍ମୀ, ରମେଶ ମାହାର, ଫଗନୁ କର୍ମୀ ପ୍ରମୁଖ ଆୟୋଜନ କରିଥିଲେ ।