ଦେବଙ୍ଗ ଗ୍ରାମରେ ମା’ ଦ୍ୱାରସେନୀ ଛତର ବାଉତିଙ୍କ ଛତର ଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଦେବଙ୍ଗ ଗ୍ରାମ ଠାରେ ମା’ ଦ୍ୱାରସେନୀ ଛତର ବାଉତିଙ୍କ ଛତର ଯାତ୍ରା ମଙ୍ଗଳବାର ଦ୍ୱାରସେନୀ ମନ୍ଦିର ଠାରୁ ନିକଟରେ ଥିବା ଗ୍ରାମ ମୁଖ୍ୟରାସ୍ତା ନିକଟରୁ ମା’ଙ୍କ ଛତର ଅଣା ଯାଇଥିଲା । ମା’ଙ୍କ ଯାତ୍ରା ଦେଖିବା ପାଇଁ ଅନେକ ଭକ୍ତଙ୍କର ସମାଗମ ହୋଇଥିଲା । ଯାତ୍ରାଟି ପୁଟେଲ ପରିବାରର ପୂଝାରୀ ଡମ୍ବରୁଧର ପୁଟେଲ, ଦିହାରୀ ଦେବରାଜ ପୁଟେଲ, ଛତ୍ରିଆ ପ୍ରହଲ୍ଲାଦ ପୁଟେଲ, ଶେଷଙ୍କ ପୁଟେଲ, ଶିବରାମ ପୁଟେଲ, କ୍ଷେତ୍ର ପୁଟେଲ, କୈଳାଶ ପୁଟେଲ, ଅଭିରାମ ପୁଟେଲ, ଭୁବନେଶ୍ୱର ପୁଟେଲ, ହୀରାଧର ପୁଟେଲ, ସଚିଦ୍ର ପୁଟେଲ, ଦଶରଥ ପୁଟେଲ, ହରିବନ୍ଧୁ ପୁଟେଲ, ବୁଦନ ପୁଟେଲ, ସୁଦନ ପୁଟେଲ, ଅରୁଣ ପୁଟେଲ, ପର୍ଶୁ ପୁଟେଲ, ଯଜ୍ଞ ପୁଟେଲ, ଜଗଦିଶ ପୁଟେଲ ତଥା ଗ୍ରାମର ସମସ୍ତ ଭକ୍ତବୃନ୍ଦ ଉପସ୍ଥିତ ରହି ମା’ଙ୍କ ଆଶୀର୍ବାଦ ଲାଭ କରିଥିଲେ । ଏହି ଯାତ୍ରା ଦେଖିବା ପାଇଁ ଗ୍ରାମରେ ବିପୁଳ ଜନ ସମାଗମ ହୋଇଥଲା ।

Leave A Reply

Your email address will not be published.