oum

ପୁରୀରୁ ଶୁଭାରମ୍ଭ ହେଲା ଟୁର ଡି କଳିଙ୍ଗର ସାଇକେଲ ଯାତ୍ରା

jsm

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ଥାନୀୟ ବ୍ଲୁ ଫ୍ଲାଗ ବିଚରୁ ଆରମ୍ଭ ହୋଇଛି ଟୁର ଡି କଳିଙ୍ଗ ସାଇକେଲ ଟିମ୍‌ର ଚତୁର୍ଥ ସଂସ୍କରଣର ଯାତ୍ରା । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଏହାର ଶୁଭାରମ୍ଭ କରିଛନ୍ତି । ଚଳିତ ମାସ ୧୧ ତାରିଖରୁ ଟୁର ଡି କଳିଙ୍ଗ ଟିମ୍‌ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଆସିଥିଲେ । ଏଠାରେ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ରୁଟସ ଅଫ ଓଡିଶା ଫାଉଣ୍ଡେସନ ପକ୍ଷରୁ ହାଇ ଫାଇଭ ସୋସିଆଲ ଇନୋଭେସନ ମିଶନ ସହଯୋଗରେ ଏହା ଆୟୋଜିତ ହେଉଛି । ପରିବେଶ ସୁରକ୍ଷା, ବିଶ୍ୱ ତାପାୟନ ଓ ଡ୍ରଗସ ଅପବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହାର ମୂଳ ଲକ୍ଷ୍ୟ । ପୁରୀରୁ ଯାତ୍ରା ଆରମ୍ଭ କରି ଏହି ଟିମ୍‌ ସାତପଡା ଦେଇ କୋରାପୁଟ, ଫୁଲବାଣୀ, ନୟାଗଡ, ଖୋର୍ଦ୍ଧା ଅତିକ୍ରମ କରି ୨୩ ତାରିଖରେ ଭୁବନେଶ୍ୱର ପଂହଚିବେ ବୋଲି ଟିମ୍‌ ଲିଡର ସୁଧୀର କୁମାର ଦାସ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ କ୍ରୀଡା ଅଧିକାରୀ ଚନ୍ଦନ ସାହୁ ଉପସ୍ଥିତ ଥିଲେ । ଏହି ଅବସରରେ ଉପସ୍ଥିତ ଅନ୍ୟମାନେ ସାଇକେଲ ଟିମ୍‌କୁ ଶୁଭେଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.