ବଲାଙ୍ଗିର, (କେପିଏନ୍ଏସ୍) : ଭାରତର ନିର୍ବାଚନ କମିଶନ, ରଚନାତ୍ମକ ଅଭିବ୍ୟକ୍ତି ଜରିଆରେ ପ୍ରତ୍ୟେକ ଭୋଟର ବୈଶିଷ୍ଟତା ଉପରେ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି । ୫ ଗୋଟି ପ୍ରତିଯୋଗିତା ଯଥା କ୍ୱିଜ୍, ଭିଡ଼ିଓ ମେକିଙ୍ଗ, ପୋଷ୍ଟର ଡିଜାଇନ୍, ସଂଗୀତ ଓ ସ୍ଲୋଗାନ ପ୍ରତିଯୋଗିତା ମାଧ୍ୟମରେ ସବୁ ବୟସର ବ୍ୟକ୍ତି ସେମାନଙ୍କର ରଚନାତ୍ମକ ଅଭିବ୍ୟକ୍ତି ପ୍ରଦର୍ଶନ କରିପାରିବେ । ତଦନୁସାରେ ଭାରତର ନିର୍ବାଚନ କମିଶନ ନେସେନାଲ୍ ଭୋଟର ଆୱାରନେସ୍ କନ୍ଟେଷ୍ଟ – ‘ମାଇ ଭୋଟ ଇଜ୍ ମାଇ ଫ୍ୟୁଚର- ପାୱାର ଅଫ୍ ୱାନ୍ ଭୋଟ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ପ୍ରତିଯୋଗିତା ଗୁଡ଼ିକରେ କୃତୀ ପ୍ରତିଯୋଗୀ ମାନଙ୍କୁ ବିଭିନ୍ନ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏହି ପ୍ରତିଯୋଗିତା ଜାତୀୟ ଭୋଟର ଦିବସ ତା- ୨୫.୦୧.୨୦୨୨ତାରିଖ ଠାରୁ ଆରମ୍ଭ ହୋଇ ୨୦୨୨ ମସିହା ମାର୍ଚ୍ଚ ମାସ ୧୫ ତାରିଖ ପର୍ଯ୍ୟନ୍ତ ସମୟଧାର୍ଯ୍ୟ କରାଯାଇଛି । ପ୍ରତିଯୋଗିତା ସଂପର୍କରେ ଅଧିକ ବିବରଣୀ ପାଇଁ ୱେବସାଇଟ https://ecisveep.nic.in/contest ଦେଖିବା ସହ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଥିବା ପ୍ରତିଯୋଗୀମାନେ ତା-୧୫.୦୩.୨୦୨୨ରିଖ ସୁଦ୍ଧା voter-contest @ eci.gov.in ଇ-ମେଲରେ ସେମାନଙ୍କର ତଥ୍ୟ ଦାଖଲ କରିବା ପାଇଁ ଅନୁରୋଧ କରାଯାଇଛି । ଏହି ୫ ଗୋଟି ପ୍ରତିଯୋଗିତା ଅନ୍ଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହେବ ।
Prev Post