ଜାତୀୟ ଘୋଡା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡିସେମ୍ବର ୧୩, ୨୦୨୩ ଜାତୀୟ ଘୋଡା ଦିବସ । ସହସ୍ର ବର୍ଷ ଧରି ଘୋଡାଙ୍କ ମାନବ ଉପରେ ପଡିଥିବା ଗଭୀର ପ୍ରଭାବର ଏକ ଉତ୍ସବ “ଜାତୀୟ ଘୋଡା ଦିବସ” । ମାନବ ସମାଜ ଉପରେ ଘୋଡାଙ୍କର ଆର୍ଥିକ, ସାଂସ୍କୃତିକ ଏବଂ ଐତିହାସିକ ପ୍ରଭାବର ସ୍ୱୀକୃତି ସ୍ୱରୂପ ଘୋଡା ଜାତୀୟ ଦିବସ ପାଳନ କରାଯାଇଥାଏ । ଏହି ଦିବସ ଘୋଡାମାନଙ୍କର ସୌନ୍ଦର୍ଯ୍ୟ ଏବଂ ମହିମାକୁ ପାଳନ କରିବା ସହିତ ଘୋଡାର ମଣିଷ ସହିତ ସମ୍ପର୍କକୁ ସମ୍ମାନିତ କରେ । ସମଗ୍ର ଦେଶରେ ଘୋଡା ପ୍ରେମୀମାନେ ଏକତ୍ରିତ ହୋଇ ସେମାନଙ୍କର ପ୍ରିୟ ପଶୁ ଘୋଡାକୁ ସଜାଇ ଉତ୍ସବ ପାଳନ କରିବେ । ପରିବହନ, ସାଥୀଦେବା, ଦୌଡକୁଦରେ ଭାଗନେବା ସୁଯୋଗ ଏବଂ ଆହୁରି ଅନେକ କ୍ଷେତ୍ରରେ ଅଧିକ ପାରଦର୍ଶିତା ଦେଖାଉଥିବା ଏହି ଗରିମାମୟ ପଶୁଙ୍କ ମାନବ ସମାଜ ଉପରେ ସେମାନଙ୍କର ପ୍ରଭାବକୁ ଅସ୍ୱୀକାର କରିହେବ ନାହିଁ । ବିଶ୍ଵାସ କରାଯାଏ ଯେ, ଘୋଡାମାନେ ପୃଥିବୀରେ ୫୦ ନିୟୁତ ବର୍ଷରୁ ଅଧିକ ସମୟ ଧରି ବାସ କରିଆସୁଛନ୍ତି । ପ୍ରଥମ ଘୋଡା ଉତ୍ତର ଆମେରିକାରେ ଉତ୍ପନ୍ନ ହେଲା, ପରେ ୟୁରୋପ ଏବଂ ଏସିଆରେ ବ୍ୟାପିଗଲା । “ଘୋଡାମାନେ ଆମକୁ ଅଧିକ ସାହସୀ ଏବଂ ଆତ୍ମବିଶ୍ୱାସୀ ହେବାକୁ ଶିକ୍ଷା ଦେଇ ପାରିବେ”- ମାର୍କ ରସିଦ । “ବିଶ୍ଵସ, ସମ୍ମାନ ଏବଂ ପାରସ୍ପରିକ ବୁଝାମଣା ବିଷୟରେ ଘୋଡାମାନଙ୍କଠାରୁ ଆମକୁ ବହୁତ କିଛି ଶିକ୍ଷା କରିବାର ଅଛି ” – କ୍ରିସ୍ ଇରୱିନ୍ ।

Leave A Reply

Your email address will not be published.