କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି

ପାଟଣାଗଡ଼ : ଶନିବାର ଦିନ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ଼ ବ୍ଲକର ପାଟଣେଶ୍ୱରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଟଣାଗଡ଼ଠାରେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ରାଜ୍ୟ ସଭାପତି ବିଶ୍ୱରଞ୍ଜନ ଦାଶଙ୍କ ଆହ୍ୱାନ କ୍ରମେ ୨୦୦୮-୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ସରକାର ଅନୁଦାନ ଦେଇ ସରକାରୀଭୁକ୍ତ କରିବା ପାଇଁ ତା ୧୬-୦୮-୨୦୨୫ ଦାବି ଦିବସରୁ ସମଗ୍ର ରାଜ୍ୟରେ ସଂଘ ତରଫରୁ ଆରମ୍ଭ ହୋଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ଼ ଖଣ୍ଡ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଚାଲିଥିବା ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ୨୦୦୮-୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ପାଇଥିବା ସମସ୍ତ ଅଧ୍ୟାପକ ଓ କର୍ମଚାରୀମାନେ ଯୋଗ ଦେଇଥିଲେ । ଆନ୍ଦୋଳନରେ ସାମିଲ ହୋଇଥିବା ଅଧ୍ୟାପକ ଓ କର୍ମଚାରୀ ମାନେ ପ୍ଲାକାର୍ଡ ଧରି ସରକାର ଯଥାଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିବା ସହିତ ନାରାବାଜି କରିଥିଲେ । ଏବଂ ଆନ୍ଦୋଳନ ୭ ଦିନ ବିତିଯାଇଥିଲେ ମଧ୍ୟ ସରକାର ଏ ସମ୍ପର୍କରେ କିଛି ପଦକ୍ଷେପ ଗ୍ରହଣ କରିନଥିବାରୁ ନିଜ ଅସନ୍ତୋଷ ପ୍ରକାଶ କରିଥିଲେ । ଅପରପକ୍ଷରେ ଆନ୍ଦୋଳନ ଯୋଗୁଁ ବିଦ୍ୟାଳୟରେ ପାଠପଢ଼ା ପ୍ରଭାବିତ ହୋଇ ପ୍ରାୟତଃ ଠପ୍ ରହିଥିବାରୁ ଛାତ୍ରୀମାନେ ତଥା ଅଭିଭାବକମାନଙ୍କ ତରଫରୁ କ୍ଷୋଭ ପ୍ରକାଶ ପାଇଛି ।

jittmm
Leave A Reply

Your email address will not be published.