ଗଛଲଗାଇ ଜନ୍ମଦିନ ପାଳିଲେ ଛାତ୍ରୀ

ଡୁଡୁକା, (କେପିଏନ୍‌ଏସ୍‌) : ୫୦ଟି ଗଛ ଲଗାଇ ଜନ୍ମଦିନ ପାଳନ କରିଛନ୍ତି ଆଗଲପୁର ବ୍ଲକ ଭରସୁଜା ଗ୍ରାମର କରୁଣାକର ପାତ୍ର ଓ ରଞ୍ଜିତା ପାତ୍ରଙ୍କ ୧୨ ବର୍ଷର ଝିଅ ପ୍ରାଚୀ ପ୍ରିୟଦର୍ଶନୀ ପାତ୍ର । ପ୍ରାଚୀ ୨ ବର୍ଷ ବୟସରୁ ପରିବେଶ ପ୍ରେମରେ ପଡି ପ୍ରତିବର୍ଷ ନିଜ ଜନ୍ମଦିନରେ ବୃଷରୋପଣ କରନ୍ତି । ବର୍ତ୍ତମାନ ସୁଦ୍ଧା ୨ ହଜାର ଗଛଲଗାଇ ସାରିଲେଣି । ସେ ଗତ ଶୁକ୍ରବାର ତାଙ୍କ ଜନ୍ମଦିନରେ ଚୁଙ୍ଗିଦାଦରରେ ବୃଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଫରେଷ୍ଟର ଗାର୍ଡ ମୋତିଲାଲ ସାହୁ ମୁଖ୍ୟ ଅତିଥି, ସମାଜସେବୀ ପ୍ରେମାନନ୍ଦ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀକାନ୍ତ ସାହୁ, କରୁଣାକର ସାହୁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.