ବରାହ ଜାଲରେ ପଡି ଜଣେ ମୃତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବରାହ ଜାଲରେ ପଡି ଜଣଙ୍କ ମୃତ୍ୟୁ ଘଟଛି । ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଖର୍ଲିକାନିର ମିର୍ଧାପଡ଼ାରେ ଘଟିଛି ଏଭଳି ଅଘଟଣ । ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ବେଳେ ବରାହ ଧରିବାକୁ ବ୍ୟବହାର କରାଯାଇଥିବା ବିଦ୍ୟୁତ ଜାଲରେ ପଡ଼ି ପ୍ରାଣ ହରାଇଛନ୍ତି ମିର୍ଧାପଡାର ଶେଷ କୁଆଚି । ଗତକାଲି ସନ୍ଧ୍ୟାରେ ଶେଷ ଗାଈ ଚରାଇବାକୁ ଜଙ୍ଗଲକୁ ଯାଇଥିଲେ । ଗାଈ ଚରାଉ ଥିବାବେଳେ ନିକଟସ୍ଥ କର୍ଲ୍ଲାବାହାଲି ଜଙ୍ଗଲରେ ଶିକାରୀ ବିଛାଇଥିବା ବିଦ୍ୟୁତ ତାରଯୁକ୍ତ ବରାହ ଫାଶରେ ପଡ଼ିଯାଇଥିଲେ । ଘଟଣା ସ୍ଥଳରେ ହିଁ ଶେଷଙ୍କ ମୃତ୍ୟୁ ହୋଇଯାଇଥିଲା । ଜଙ୍ଗଲରେ ମୃତ ଦେହ ପଡିଥିବା ନେଇ ଗ୍ରାମବସୀଙ୍କ ଠାରୁ ପରିବାର ଲୋକେ ଖବର ପାଇବା ପରେ ରାତିରେ ମୃତ ଦେହ ଘରକୁ ଆଣିଥିଲେ । ତେବେ ପରିବାର ଲୋକେ ପୋଲିସକୁ ଖବର ନ ଦେଇ ମୃତ ଦେହକୁ ଆଜି ସକାଳୁ ପୋଡି ଦେଇଛନ୍ତି । ଏନେଇ ସଦର ଥାନା ପୋଲିସ ଖବର ପାଇ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଛି । ଅନ୍ୟ ପଟେ ମୃତ ଶେଷ କୁଆଚିଙ୍କ ପୁଅ ଅଙ୍କିତ କୁଆଚି ବିଦ୍ୟୁତ ତାର ବିଛାଇଥିବା ଶିକାରୀମାନଙ୍କୁ ଗିରଫ କରିବା ସହ ତାଙ୍କ ପିତାଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ପୋଲିସ ନିକଟରେ ଦାବୀ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.