lika

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା : ଜଣେ ଗୁରୁତର

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ହୋଇ ଭୀମଭୋଇ ମେଡ଼ିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଖପ୍ରାଖୋଲ ବ୍ଲକ୍‌ ଅନ୍ତର୍ଗତ କନ୍ଧେନ୍‌ଝଲା ଗାଁର ରଂଜିତ ମାଝୀ(୨୨) ବିବାହ ନିମନ୍ତ୍ରଣ ପତ୍ର ବାଂଟିବା ପାଇଁ ଆଜି ଭୋର୍‌ରୁ ବାଇକ୍‌ ଯୋଗେ କଂଟାବାଂଜି ଅଭିମୁଖେ ଯାଉଥିବା ବେଳେ କଂଟାବାଂଜି ଫାୟାର୍‌ ଷ୍ଟେସନ୍‌ ପାଖରେ ବିପରୀତ ପାଶ୍ୱର୍ରୁ ବିନା ଲାଇଟ୍‌ରେ ଆସୁଥିବା ଏକ ବାଇକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲେ । ଘନ କୁହୁଡ଼ି ଯୋଗୁଁ ଏଭଳି ଭୟାବହ ଦୁର୍ଘଟଣା ଘଟିଥିବା କୁହାଯାଇଛି । ଏହି ଘଟଣାରେ ରଂଜିତଙ୍କ ମୁଣ୍ଡ ତଥା ମୁହଁରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି । ତେବେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କଂଟାବାଂଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ତୁରନ୍ତ ରେଫର୍‌ କରାଯାଇଛି ବୋଲି ସୂଚନାରୁ ଜଣାପଡ଼ିଛି ।

jittmm
Leave A Reply

Your email address will not be published.