ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶ୍ରୀରାମ ନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ପରିସରରେ ୭୯ ତମ ସ୍ୱାଧୀନତା ଦିବସ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ଅତି ଉତ୍ସାହର ସହିତ ପାଳନ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ସନ୍ତୋଷ କୁମାର ସାହୁ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲା ବେଳେ ସଭାପତି ପଦ୍ମଚରଣ ସାହୁ ସହଯୋଗ କରିଥିଲେ । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ପରେ ଛାତ୍ରମାନେ ଦେଶଭକ୍ତ ଗୀତ ଏବଂ କବିତା ଉପସ୍ଥାପନ କରିଥିଲେ । ସଭାପତି ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ବଳିଦାନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବରିଷ୍ଠ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଶତପଥୀ ଧନ୍ୟବାଦ ଅର୍ପଣ ସହିତ କର୍ଯ୍ୟକ୍ରମ ଶେଷ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉପସଭାପତି ଗୀତା ପାତୀ, ସଦସ୍ୟ ରାମପ୍ରସାଦ ପଟ୍ଟନାୟକ ଓ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ । ଏହି ଅବସରରେ ବରିଷ୍ଠ ଆଚାର୍ଯ୍ୟ ସୁକାନ୍ତ କୁମାର ସାହୁଙ୍କ ନେତୃତ୍ଵରେ ନଗରରେ ତ୍ରିରଙ୍ଗା ଯାତ୍ରା କରାଯାଇଥିଲା । ସେହିପରି ବିଦ୍ୟାଳୟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁମାନଙ୍କ ମଧ୍ୟରେ ଶ୍ରୀକୃଷ୍ଣ ମେଳା ଓ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟବକ୍ତା ଭାବେ ସ୍ଵନାମଧନ୍ୟ ପ୍ରବକ୍ତା ତଥା ଭାଗବତ ଭାସ୍କର ଜଗନ୍ନାଥ ପଣ୍ଡା ଯୋଗଦେଇ ଶ୍ରୀକୃଷ୍ଣଙ୍କ ଏହି ଧରାଧାମରେ ଜନ୍ମ ହେବାର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥିମାନଙ୍କ ପରିଚୟ ସହ ସ୍ୱଗତ ଭାଷଣ ଦେଇଥିଲେ । ଅନୁଷ୍ଠାନାର ସମ୍ପାଦକ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉପସଭାପତି ଗୀତା ପାଢି ଅଧ୍ୟକ୍ଷତା କରିଥିଲେ । ଏହି ଅବସରେ ଛୋଟ ଛୋଟ ଶିଶୁମାନେ ରାଧାକୃଷ୍ଣ ବେଶ ପରିଧାନ କରି ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରକୁ ବରିଷ୍ଠ ଆଚାର୍ଯ୍ୟା ସୁଶୀଳା ଗୁରୁମାଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ଯାଇ ଭାଗବାନଙ୍କର ପ୍ରଭୁ କୃପା ଲାଭ କରିଥିଲେ । ପରିଶେଷରେ ଶିଶୁମାନଙ୍କଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମାତୃଭାରତୀର ସଦସ୍ୟାମାନେ ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । ପିଲାମାନଙ୍କ ଦ୍ୱାରା ନିର୍ମିତ ଶ୍ରୀକୃଷ୍ଣଙ୍କ ଚିତ୍ର ବିଦ୍ୟାଳୟର କାନ୍ଥଗୁଡ଼ିକ ସୁନ୍ଦର ଭାବରେ ଲାଗିବା ସହ ବିଦ୍ୟାଳୟଟି ଉଜ୍ୱଳ ଆଲୋକ, ଫୁଲ ଏବଂ ତୋରଣରେ ସଜାଯାଇଥିଲା । ଏଥିରେ ସମସ୍ତ ଗୁରୁଜୀ, ଗୁରୁମା ଓ ମଉସା, ମାଉସୀ ସକ୍ରୀୟ ସହଯୋଗ କରିଥିଲେ । ଶେଷରେ ଶିଶୁମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

Next Post