oom

ବଲାଙ୍ଗିର ସଦର ବ୍ଲକ କଂଗ୍ରେସ ପକ୍ଷରୁ ଜନଜାଗରଣ ପଦଯାତ୍ରା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବ୍ଲକ ସଭାପତି ରାମ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଜନଜାଗରଣ ପଦଯାତ୍ରା କୁଡାସିଂହା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦେଶ କଂଗ୍ରେସ କମିଟି ଡାକରାରେ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଫଳତା ଓ କଂଗ୍ରେସ ସମୟର ସୁଶାସନର ସଫଳତା ଏକ ପ୍ରଚାରପତ୍ର ମାଧ୍ୟମରେ କର୍ମୀମାନେ ଘରକୁ ଯାଇ ବଣ୍ଟନ କରିଥିଲେ । ପ୍ରଥମେ ଗ୍ରାମର ଇଷ୍ଟଦେବୀ ପୂଜାର୍ଚ୍ଚନା କରି ସ୍ଥାନୀୟ ହନୁମାନ ମନ୍ଦିର ପ୍ରାଙ୍ଗଣରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିଭ୍ରମଣ କରିଥିଲେ ଏବଂ ସପ୍ତାହିକ ବଜାରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲିପ ବେହେରା ଯୋଗଦାନ କରି କର୍ମୀମାନଙ୍କୁ ଏକଜୁଟ ହୋଇ କାମ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ଉପସ୍ଥିତ କର୍ମୀ ଓ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ମନୀଷ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ବିରେନ ମିଶ୍ର, ଜିଲ୍ଲା କୋଷାଧ୍ୟକ୍ଷ ଜୁଲୁ ପଟ୍ଟନାୟକ, ରାଜ୍ୟ କିଶାନ କଂଗ୍ରେସ ସଂପାଦକ ସରୋଜ ରଥ, ଗଗନ ନାଥ, ଲିଙ୍ଗ ପୁଟେଲ, ଉଜଲ ସାହୁ, ଜୟ ସାହୁ, ନିଳମଣି ସେଠ, ବିରଂଚି ପ୍ରଧାନ, ଗଣେଶ ସାହୁ, ମନୋଜ ଝାଙ୍କର, କୁବେର ସାହୁ, କପିଳ ନନ୍ଦ, କୁଡାସିଂହା ସମିତି ସଭ୍ୟା କାମିନି ପୁଟେଲ, ଋଷି ପୁଟେଲ, ଉମାକାନ୍ତ ନାଏକ, ଦୈତାରି ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.