oom

ଜିଲ୍ଲା ପ୍ରଶାସନର ଆଗଲପୁର ବ୍ଲକରେ ଜନଶୁଣାଣି କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେପ୍ଟେମ୍ବର ମାସ ପାଇଁ ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣି ସୂଚୀ ଅନୁସାରେ ଆଜି ଆଗଲପୁର ବ୍ଲକ ଅଫିସରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବ୍ଲକ ଅଫିସରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟେଟ ଚଞ୍ଚଲ ରାଣା, ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରି ଉପସ୍ଥିତ ରହି ଜନଶୁଣାଣି କରିଥିଲେ । ସମସ୍ୟାମୂଳକ ମୋଟ ୮୭ ଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା । ତନ୍ମଧ୍ୟରୁ ୭୨ ଗୋଟି ବ୍ୟକ୍ତିଗତ ଅଭିଯୋଗମୂଳକ ଦରଖାସ୍ତ ହୋଇଥିବା ବେଳେ ଅବଶିଷ୍ଠ ୧୫ ଗୋଟି ସାମୁହିକ ଦରଖାସ୍ତ ଦାଖଲ ହୋଇଥିଲା । ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଜନସାଧାରଣଙ୍କ ଏହି ସମସ୍ତ ଅଭିଯୋଗ ଓ ସମସ୍ୟା ଗୁଡିକର ଶୁଣାଣି କରିଥିଲେ । ୧୬ଟି ଅଭିଯୋଗର ଶୁଣାଣି ତୁରନ୍ତ ସମାଧାନ କରଯାଇଥିଲା । ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଉଚ୍ଛବାହାଲ ଗ୍ରାମର ମୋହନ ଡୋରାଙ୍କୁ ଦଶ ହଜାର ଟଙ୍କା, ଗୁହିରମୁଣ୍ଡାର ପାର୍ବତୀ ପାରଦିଆଙ୍କୁ ପନ୍ଦର ହଜାର ଟଙ୍କା ଆର୍ଥିକ ସହାୟତା ଏବଂ ରେଡକ୍ରସ ପାଣ୍ଠିରୁ କେସେଇପାଲିର ବନିତା ସାହୁଙ୍କୁ ପାଞ୍ଚ ହଜାର ଟଙ୍କା, ଫଟାମୁଣ୍ଡାର ଭାରତୀ ସାହୁଙ୍କ ଛୁଆର ଖାଦ୍ୟ ଏବଂ ଔଷଧ ସହାୟତା ବାବଦରେ ଦଶ ହଜାର ଟଙ୍କା ଅନୁମୋଦନ କରାଯାଇଥିଲା । ଏହି ଗ୍ରସ୍ତ ସମୟରେ ଜିଲ୍ଲାପାଳ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିଥିଲେ । ଆଗଲପୁର ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯାଇ ସ୍କୁଲ ଘର ତଦାରଖ କରି ପାରିପାର୍ଶ୍ଵିକ ଉନ୍ନତି ବିଷୟରେ ଧ୍ୟାନ ଦେବାକୁ କହିଥିଲେ । ନୂତନ ଗଢା ଆଗଲପୁର ବ୍ଲକ ଆଦର୍ଶ ବିଦ୍ୟାଳୟ କୋଠା ବୁଲି ଦେଖିବା ସହ ଯଥା ଶୀଘ୍ର କାର୍ଯ୍ୟ ଶେଷ କରାଇବାକୁ ମୁଖ୍ୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ଡୁଡୁକା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ବୁଲି ଆନୁଷାଙ୍ଗିକ ପଦକ୍ଷେପ ନେବାକୁ ସ୍ଥାନୀୟ ଡାକ୍ତରଙ୍କୁ ନିର୍ଦେଶ ଦେଇଥିଲେ । ଲୋଇସିଂହା ବରଟିକା ଗ୍ରାମର ଉଚ୍ଚମାଧ୍ୟମିକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପଢାଇବା ସହ ପାଠ ପଚାରିଥିଲେ । ଏହାପରେ ଜିଲ୍ଲାପାଳ ଲୋୟୋର ସୁକତେଲ ପ୍ରକଳ୍ପ ବୁଲି ଦେଖିବା ସହ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ସହ ଜଳ ନିଷ୍କାସନ ବିଷୟରେ ଆଲୋଚନା କରିଥିଲେ ।

jittmm
Leave A Reply

Your email address will not be published.