ppurohit

ମନଇଚ୍ଛା ପଞ୍ଚାୟତ ସ୍ତରୀୟ ଜନଶୁଣାଣି

2nd

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ବେନ୍ଦେର ପଞ୍ଚାୟତ ଠାରେ ସୋମବାର ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ହୋଇଥିବା ବେଳେ ଜନ ଶୁଣାଣି ସମୟ ୧୦ ଟାରେ ଆରମ୍ଭ ହେବ ବୋଲି ଜନସାଧାରଣଙ୍କୁ ଭୂଆଁ ବୁଲାଉଛନ୍ତି ପ୍ରଶାସନ ବୋଲି ସାଙ୍ଘାତିକ ଅଭିଯୋଗ କରୁଛନ୍ତି ଲୋକେ । ଏହି ପଞ୍ଚାୟତ ସ୍ତରୀୟ ଜନଶୁଣାଣି ୧୦ଟାରେ ଆରମ୍ଭ ହେବ ବୋଲି ଚିଠି କରାଯାଉଛି ଏବଂ ଲୋକଙ୍କୁ ଜଣେଇ ଦିଆଯାଉଛି । କିନ୍ତୁ ଖୋଦ ପ୍ରଶାସନ ଅଧିକାରୀମାନେ ୧୨ଟାରେ ଜନଶୁଣାଣି କରିବା ପାଇଁ ଆସୁଛନ୍ତି । ଏନେଇ ଖପ୍ରାଖୋଲ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀଙ୍କୁ ପଚାରିବାରୁ ଜନଶୁଣାଣିରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜଦି ସମୟରେ ପହଞ୍ଚୁଛନ୍ତି ତାହେଲେ ଜନସାଧାରଣ ତାଙ୍କୁ ଅଭିଯୋଗ କରିବେ । ଜଦି ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜନଶୁଣାଣି କରିବେ ତାହେଲେ ପ୍ରଶାସନ ଅଧିକାରୀମାନେ କ’ଣ କରିବେ ବୋଲି ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଲୋକେ କାମଧନ୍ଦା ଛାଡି ନିଜର ଅଭିଯୋଗ କରିବାକୁ ଆସି ଘଣ୍ଟା ଘଣ୍ଟା ଅପେକ୍ଷା କରି ହଇରାଣ ହୋଇ ଫେରି ଯାଉଥିବା ନଜରକୁ ଆସିଛି ।

Leave A Reply

Your email address will not be published.