oom

ରିକାପଲ୍ଲୀ ଗେଟ୍ ବନ୍ଧ ପାର୍ଶ୍ଵସ୍ଥ ଜମି ଜଣେ ପଟ୍ଟା କରି ନେଇଥିବା ନେଇ ଉତ୍ତେଜନା

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରିକାପଲ୍ଲୀ ଗେଟ୍ ବନ୍ଧ ପାର୍ଶ୍ଵବର୍ତ୍ତୀ ସ୍ଥାନରେ ଥିବା ଏକ ଗାଡ଼ିଆ ଜଳାଶୟକୁ ଜଣେ ବ୍ୟକ୍ତିଗତ ଭାବେ ଜମିପଟ୍ଟା କରି ନେଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଚାପା ଉତ୍ତେଜନା ବହୁ ପୂର୍ବରୁ ଲାଗି ରହିଥିବାର କୁହାଯାଏ । କିନ୍ତୁ ଆଜି ସେହି ପୋଖରୀ ଖୋଳା ଯାଇଥିବା ଜାଗାରେ ମାଟି ପକାଯାଇ ପୋତି ଦିଆଯିବା ନିମନ୍ତେ କାର୍ଯ୍ୟ ଆରମ୍ଭ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା । ସେହି ସ୍ଥାନଟି ପ୍ଲଟ କରି ବିକ୍ରୀ କରିଦେବା ମସୁଧା ଚାଲିଥିଲା । ଯାହା ହେଉ ଏହା ସମ୍ପର୍କରେ ପ୍ରଘଟ ହୋଇଗଲା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହି ବନ୍ଧ ସମ୍ପତ୍ତି କିପରି ଜଣଙ୍କର ବ୍ୟକ୍ତିଗତ ଭାବେ ଜଣେ ପଟ୍ଟା କରି ଦେଇ ପାରିଲା, ତାହାକୁ ନେଇ ଏବେ ଯେତିକି ବିବାଦ ସେତିକି ଚର୍ଚ୍ଚା ହୋଇ ଉଠିଛି । ସୂଚନା ଯୋଗ୍ୟ ଯେ’ ଛତ୍ରପୁର ତହସିଲ୍ ସଦର କାର୍ଯ୍ୟାଳୟ ପକ୍ଷରୁ ଜନୈକ ଆର୍. ଆଇ. କାର୍ଯ୍ୟରତ ଥିବା ସମୟରେ ଏମିତି ଛତ୍ରପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ନିଜେ ଅନେକ ସ୍ଥାନରେ ଏଭଳି ଜମି ଦଖଲ କରି କାର୍ଯ୍ୟାଳୟରେ ଚଞ୍ଚକତା ହାସଲ କରି ସେହି ଲୋକ ଅନେକ ସ୍ଥାନରେ ପଟ୍ଟା କରି ସମ୍ପତ୍ତି ଜମି ହଡ଼ପ କରି ନେଇଥିବା ଗୁଞ୍ଜରଣ ସୃଷ୍ଟି ହୋଇଛି । ଏଭଳି କାର୍ଯ୍ୟ ଛତ୍ରପୁର ତହସିଲ କାର୍ଯ୍ୟାଳୟରେ କିପରି ହୋଇ ପାରୁଛି, ସେ ନେଇ ଅନେକଙ୍କ ଅଦ୍ଭୁତ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ପ୍ରକାଶ ଥାଉକି, ରିକାପଲ୍ଲୀ ଗ୍ରାମ୍ୟ ଉନ୍ନୟନ କମିଟୀ ଦ୍ଵାରା ପରିଚାଳିତ ଗେଟ୍ ବନ୍ଧ ପାଖକୁ ଲାଗିଥିବା ବନ୍ଧକୁ ହାତେଇ ପ୍ଲଟ କରିବାକୁ କେବେ ଠାରୁ ଦଲାଲ୍ ସକ୍ରୀୟ ଅଛନ୍ତି ବୋଲି କୁହାଯାଏ । ଉକ୍ତ ବନ୍ଧକୁ ଚାରିପଟେ ଚିକିଟା ଘରଭଙ୍ଗା ମାଟି ଗତ ମଙ୍ଗଳବାର ଦିନ ପ୍ରାୟତଃ ୧୫ ଟ୍ରିପ୍ ମାଟି ପକାଯାଇ ବନ୍ଧ ପୋତିବା ପାଇଁ ପ୍ରୟାସ ଆରମ୍ଭ କରାଯାଉଥିଲା । ଏ ସମ୍ପର୍କରେ କିଛି ଲୋକ ଜାଣିବାକୁ ପାଇଲେ । ପରେ ତାହାକୁ ବନ୍ଦ କରିବାକୁ ସାଧାରଣରେ ଡାକରା ଦିଆଯାଇଥିବା ଜଣାଯାଏ । ଏ ନେଇ ଆଖପାଖ ଅଞ୍ଚଳର ଲୋକେ ବୁଦ୍ଧିଜୀବି ଏହାର ତୀବ୍ର ବିରୋଧ କରିଛନ୍ତି । ଏହି ସମ୍ପତ୍ତି ରିକାପଲ୍ଲୀ ଗ୍ରାମ୍ୟ ଉନ୍ନୟନ କମିଟୀର ଅଟେ । ରିକାପଲ୍ଲୀ ଗେଟ୍ ବନ୍ଧ ଓ ଏହାର ପାର୍ଶ୍ଵସ୍ଥ ଗାଡ଼ିଆ ପୋଖରୀ ଥିବା ଜଳାଶୟ ଜମି ସମ୍ପତ୍ତି ସମ୍ପୂର୍ଣ୍ଣ ରିକାପଲ୍ଲୀ ଗ୍ରାମ୍ୟ ଉନ୍ନୟନ କମିଟୀର ଅଟେ । ଏହାକୁ ଏକ ବୃହତ ଆଦର୍ଶ ପୋଖରୀ ଖୋଳା ଯିବା ଯୋଜନାରେ ତତ୍କାଳୀନ ବିଜୁ ପଟ୍ଟନାୟକଙ୍କ ସରକାର ଶାସନ ସମୟରେ (୧୯୯୦ ରୁ ୧୯୯୫ ସମୟରେ) ବିଧାୟକ ସ୍ୱର୍ଗୀୟ ପର୍ଶୁରାମ ପଣ୍ଡାଙ୍କ ନାମରେ ପର୍ଶୁରାମ ସାଗର ନାମିତ କରାଯାଇ ଅନୁଦାନ ପ୍ରଦତ୍ତ ହୋଇ କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଜଳାଶୟ ପର୍ଶୁରାମ ସାଗର ନାମିତ ଯୋଜନାରେ କିଛି ଅନୁଦାନ ମଧ୍ୟ ଆସି ପ୍ରାଥମିକ ପର୍ଯ୍ୟାୟରେ କର୍ଯ୍ୟ ମଧ୍ୟ ପ୍ରଥମ ସୋପାନ ହାତକୁ ନିଆଯାଇଥିବା ପ୍ରମାଣ ଅଛି । ଅଧୂନା ଏହି ପୋଖରୀ ଖୋଳା କାର୍ଯ୍ୟ ଛତ୍ରପୁର ଏନ୍.ଏ.ସି. ର ନିର୍ମାଣାଧୀନରେ ଥିବା ବେଳେ ଏହି ସମ୍ପତ୍ତି ହଡ଼ପ ଘଟଣାରେ ରିକାପଲ୍ଲୀ ଗ୍ରାମ୍ୟ ଉନ୍ନୟନ କମିଟୀ କ୍ଷୁବ୍ଧ ହୋଇଛି । କମିଟୀର ସଭାପତି ରାଜେଶ ସାହୁ ଏନେଇ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଲୋକଙ୍କ କାର୍ଯ୍ୟରେ ସର୍ବସାଧାରଣରେ ବ୍ୟବହାରରେ ଆସୁଥିବା ଏହି ପୋଖରୀ ସମ୍ପତ୍ତି ର ସୁରକ୍ଷା ଦିଗରେ ନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ କମିଟୀ ପ୍ରସ୍ତୁତ ଅଛି ବୋଲି କୁହାଯାଇଛି ।

jittmm
Leave A Reply

Your email address will not be published.