ommm
jittmm

ବାରିପଦା ସ୍ଥିତ “ୱାଟକୋ” ଏବଂ “କ୍ଷୁଦ୍ର ଜଳସେଚନ”(ଏମ୍‌ଆଇ) ଅଫିସ ଘେରାଉ

ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାରେ ସାଧାରଣ ଜନତାଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ “ୱାଟକୋ” ବିଭାଗ ନିୟୋଜିତ ଥିବା କେବଳ ତାଙ୍କର ଠିକାଦାରୀ କାର୍ଯ୍ୟରେ ବ୍ୟାପକ ଅନିୟମିତତାକୁ ଗୁରୁତ୍ୱ ପ୍ରଦାନ କରିବା ପ୍ରୀତି ଯୋଗୁଁ ସହରର ୨୮ଗୋଟି ୱାର୍ଡ ମଧ୍ୟରୁ ବହୁ ୱାର୍ଡରେ ଲୋକଙ୍କୁ ପାନୀୟ ଜଳ ପାଇଁ ସଂଘର୍ଷ କରିବାକୁ ପଡିଥାଏ ମାତ୍ର ବେଡି ଉପରେ କୋରଡ଼ା ମାଡ଼ ଭଳି ୱାଟକୋ ବିଭାଗର ଦାୟିତ୍ୱହୀନତା ଯୋଗୁଁ ମଧ୍ୟ ବାରିପଦା ସହରରେ ଦୂଷିତ ପାନୀୟଜଳ ସମସ୍ୟା ପାଇଁ ଜଣ୍ଡିସ ବ୍ୟାପିବା ଚିନ୍ତାର ବିଷୟ ସାଜିଛି । ୱାଟୋକର ଦାୟିତ୍ୱ ହୀନ ପରିଚାଳନା ପାଇଁ ପାଇପ ପାନୀୟ ଜଳ ଯୋଗାଣ ଉପରେ ନିର୍ଭରଶୀଳ ବାରିପଦା ପୌରପରିଷଦର୨୮ଟି ୱାର୍ଡବାସୀ ବିଭିନ୍ନ ରୋଗକୁ ଆମନ୍ତ୍ରଣ କରୁଛନ୍ତି । ସମସୟସୀମା ମଧ୍ୟରେ ପାଇପ ଅପସାରଣ ନକରିବା, ଡ୍ରେନ ଭିତରେ ପାଇପ ନେବା ଓ ଚେକପଏଣ୍ଟ ଗୁଡିକ ରାସ୍ତା ମଝିରେ ଖୋଲାମେଲା ପାଇଁ ଦୂଷିତ ପାଣି ସହର ସାରା ପ୍ରବାହିତ ହେଉଛି । ସେହିପରି କ୍ଷୁଦ୍ର ଜଳସେଚନ ବିଭାଗ ଆନୁକୂଲ୍ୟରେ ସହର ମଧ୍ୟରୁ ଛଡାଯାଉଥିବା ଅତ୍ୟନ୍ତ ଖରାପ ବର୍ଯ୍ୟବସ୍ତୁ ନେଇ ପ୍ରବାହିତ ଜରାଳୀ ସରାଳୀ ଓ ଶୁକଯୋଡ଼ା ନାଳ ମହାନାଳ ସଫେଇ କରାଯାଉନଥିବାରୁ ସାମାନ୍ୟ ବର୍ଷା ହେଲେ ଉଦବୃତ୍ତ ଜଳ ଲୋକଙ୍କ ଘରେ ପଶୁଛି, ଯାଦ୍ୱାରା ସାଧାରଣ ଜନତା ନର୍କ ଘାଣ୍ଟି ହେବା ଭଳିଆ ଅବସ୍ଥା ମଧ୍ୟରେ ଗତି କରିଥାନ୍ତି । ପୁଣି ଆଜି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ଏଭଳି ଜନ ବିରୋଧୀ କାର୍ଯ୍ୟ ଉପରେ ହସ୍ତକ୍ଷେପ କରି ସମାଧାନ କରିବାକୁ “x”(ଟ୍ୱିଟ) ଯୋଗେ ନିବେଦନ କରିଛନ୍ତି, ତାସହିତ ଉପରୋକ୍ତ ସମସ୍ୟା ଗୁଡିକ ପ୍ରତି ଉଭୟ ବିଭାଗ ଯଥାଶୀଘ୍ର ଦୃଷ୍ଟି ଦେଇ ସ୍ଥାୟୀ ସମାଧାନ କରିବା ପାଇଁ ଭଞ୍ଜସେନା ପକ୍ଷରୁ ପୂର୍ବରୁ ବହୁବାର ଦାବି କରାଯାଉଥିଲେ ସୁଦ୍ଧା ଉଭୟ ବିଭାଗ ନିରବଦ୍ରଷ୍ଟା ସାଜି ବସିବାର କାର୍ଯ୍ୟକଳାପ ବିରୋଧରେ ଭଞ୍ଜସେନା, ବାରିପଦା ସହର ଶାଖା ପକ୍ଷରୁ ଚଳିତ ମେ ମାସ ୨୮ତାରିଖ ବୁଧବାର ଦିନ ବାରିପଦା ସ୍ଥିତ “ୱାଟକୋ” ଏବଂ “କ୍ଷୁଦ୍ର ଜଳସେଚନ”(ଏମ୍‌ଆଇ) ଅଫିସ ଘେରାଉ କରାଯିବ ବୋଲି ସହର ସଭାପତି ରାକେଶ ମହାନ୍ତି ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ।

Leave A Reply

Your email address will not be published.