ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପୌରପରିଷଦ ତରଫରୁ ଜିଲ୍ଲାପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଏକ ମଡେଲ ଜଳଛତ୍ର ହରଗୌରୀ ଏସଏଚଜି ୱାର୍ଡ ନମ୍ୱର ୧୯ ଦ୍ଵାରା ପରିଚାଳିତ ହେବ । ଆଜି ପୌରପରିଷଦ ଅଧ୍ୟକ୍ଷା ଲିକା ସାହୁଙ୍କ କର କମଳରେ ଉଦ୍ଘାଟନ ହୋଇଯାଇଛି । ଏହି ଜଳ ଛତ୍ରରେ ଲେମ୍ଭୁ ପାଣି, ଦହି ପାଣି, ରସନା ପାଣି, ଥଣ୍ଡା ପାଣି ଘୋଳ ଦହି ପାଣି ମିଠା ପାଣି ଓ ଥଣ୍ଡା ଗାମୁଛା ବ୍ୟବସ୍ଥା ଫାଷ୍ଟଟେଡ ମେଡିକାଲର ବ୍ୟବସ୍ଥା ସହିତ ବିଭିନ୍ନ ଗଛପତ୍ର ରହିବ, କୁଲରର ଥଣ୍ଡା ପବନ ପାଇପାରିବେ ଓ ବସିବାର ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉପ ପୌରଧ୍ୟକ୍ଷା ଗାୟତ୍ରୀ ଭୋଇ, ପରିଷଦ ନିର୍ବାହୀ ଅଧିକାରୀ, କାଉନସିଲର ଶମ୍ଭୁ ନାଗ, ଗଙ୍ଗା ଚାନ୍ଦ, ଶତ୍ରୁଘ୍ନ ବାଗ, ଲଲାଟେନ୍ଦୁ ପଟ୍ଟନାୟକଙ୍କ ସମେତ ଅନେକ ପୌର ପରିଷଦ ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ । ଯଦି କିଛି ମୂଲ୍ୟ ଦେଇ ସହରର ବ୍ୟବସାୟୀ ସଂସ୍ଥା, ବ୍ୟାଙ୍କ ଚାହିଁବେ ତାହାହେଲେ ତାଙ୍କର ନିଜର କମ୍ପାନୀର ବେନର ଲଗାଇ ପାରିବେ । ପୌର ପରିଷଦକୁ ଜନସାଧାରଣଙ୍କ ଅନୁରୋଧ ଯେ ଦହି ପାଣିର ବ୍ୟବସ୍ଥା କରାଯିବାକୁ ଅନୁରୋଧ କରିଛନ୍ତି । ଆଗାମୀ ଖରାକୁ ଦେଖି ସହରର ବିଭିନ୍ନ ଜନଗହଳି ସ୍ଥାନମାନଙ୍କରେ ଏଭଳି ମଡେଲ ଜଳଛତ୍ର ଖୋଲାଯିବ ବୋଲି ପୌରାଧ୍ୟକ୍ଷା ଲିକା ସାହୁ ପ୍ରକାଶ କରିଛନ୍ତି ।