
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବରିଷ୍ଠ ନାଗରିକ ମଂଚର ଏକ ଜଳାଭିଷେକ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ଜଳାଭିଷେକ ସହିତ ପ୍ରବଚନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନ ତରଫରୁ ଆର୍ତ୍ତତ୍ରାଣ ମିଶ୍ର ସପତ୍ନୀକ ପୂଜାରେ କର୍ତ୍ତା ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ । ପ୍ରଦୀପ ମିଶ୍ର ଓ ତାଙ୍କ ଧର୍ମପତ୍ନୀ ଶାନ୍ତିପ୍ରିୟା ହୋତା ପ୍ରବଚନ କାର୍ଯ୍ୟ ବୋଧରମ୍ୟ ମତେ ସମାହିତ କରିଥିଲେ । ପ୍ରଥମେ ଶିବଙ୍କ ମନ୍ତ୍ର ଉଚ୍ଚରଣ କରି ପ୍ରବଚନ ଆରମ୍ଭ ହୋଇଥିଲା । ପ୍ରାରମ୍ଭରେ ସାଧାରଣ ସମ୍ପାଦକ ମନୋରଞ୍ଜନ ମିଶ୍ର ପ୍ରବଚକ ଦ୍ୱୟଙ୍କ ପରିଚୟ ପ୍ରଦାନ ପୂର୍ବକ ସମସ୍ତ ବରିଷ୍ଠ ନାଗରିକ ତଥା ତାଙ୍କ ଧର୍ମପତ୍ନୀମାନଙ୍କ ସ୍ୱାଗତ କରିଥିଲେ । ଉପସଭାପତି ବିରଞ୍ôଚ ହୋତା ପ୍ରବଚକ ଦ୍ୱୟଙ୍କୁ ଉପଢୌକନ ପ୍ରଦାନ କରିଥିଲେ । ପ୍ରବଚନ ସମାପ୍ତି ପରେ ଅନୁଷ୍ଠାନର ଉପଦେଷ୍ଟା ଧନଞ୍ଜୟ ମିଶ୍ର ପ୍ରବଚକ ଦ୍ୱୟଙ୍କୁ ଓ ଉପସ୍ଥିତ ନାଗରିକମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ସମୁଦାୟ କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ସଂଗଠନର ସଭାପତି ପ୍ରଭାକର ମିଶ୍ର, ସଂଗଠନ ସଂପାଦକ ବିନୟ ମିଶ୍ର, କୋଷାଧ୍ୟକ୍ଷ ନରେନ୍ଦ୍ର କବାଟ, ଅତିରିକ୍ତ ସମ୍ପାଦକ ସୁନିଲ ଚନ୍ଦ୍ର ବିସ୍ୱାଲ, ଯୁଗ୍ମ ସଂପାଦକ ନିଳାଞ୍ଚଳ ଚିର୍ଗୁଣ, କାର୍ଯ୍ୟକାରୀ ସଦସ୍ୟ ସୁରେନ୍ଦ୍ର ନେଗୀ, ଉପଦେଷ୍ଟା ବାସୁଦେବ ମେହେର, ଉପସଭାପତି ପ୍ରଫୁଲ୍ଲ ସାହୁ, ମୁଖ୍ୟ ଉପଦେଷ୍ଟା ସୁଧାଂଶୁ ଦର୍ଜୀ, ପୂର୍ଣ୍ଣଚନ୍ଦ୍ର ମେହେର, ମଲିଆ ଗଡୁଆ, ପ୍ରମୋଦ ଗୁରୁ ଇତ୍ୟାଦିଙ୍କ ସହଯୋଗ ଯୋଗୁଁ ସମାହିତ ହୋଇଥିଲା ।