ଜମିକୁ ଜଳସେଚନ ପାଇଁ ଦାବୀପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଞ୍ଚାୟତ ଅଞ୍ଚଳର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ସ୍ଥାନୀୟ ଲୋୟର ଇନ୍ଦ୍ର ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଚାଷୀମାନେ ଗୁହାରୀ କରିଛନ୍ତି । ସେମାନଙ୍କ କହିବା ଅନୁସାରେ ଉକ୍ତ ପଞ୍ଚାୟତ ଉତ୍କେଲା, ଜାମତରା, ଠେମରା ଗ୍ରାମର ଚାଷ ଜମି ସେଚିତ ହୋଇପାରୁ ନାହିଁ । ୨ ବର୍ଷ ତଳେ ସର୍ବେଷଣ ହୋଇଥିଲା । ତଥାପି ଆଜିଯାଏଁ ପାଣି ପହଞ୍ଚି ପାରିନାହିଁ । ତେଣୁ ଏହାର ବ୍ୟବସ୍ଥା କରିବାକୁ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଗରୀବ ସେନା ସଂଗଠନ ସଭାପତି ଦୀନେଶ ତାଣ୍ଡି, ଯୁବରାଜ ମାଝୀ, ସତ୍ତାର ଅଲ୍ଲୀ ପ୍ରମୁଖ ଦାବୀପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.