oom

ବାବା ବଣିବକ୍ରେଶ୍ଵର ପୀଠରେ ବିଶ୍ୱଶାନ୍ତି ମହାଶୈବ ଯଜ୍ଞ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଶ୍ରୀ ଶ୍ରୀ ବାବା ବଣିବକ୍ରେଶ୍ୱର ଦେବଙ୍କ ପବିତ୍ର ପୀଠ ସ୍ଥଳୀରେ ଗୁରୁବାର ସନ୍ଧ୍ୟାରେ ବିଶ୍ୱଶାନ୍ତି ମହାଯଜ୍ଞ ପୂର୍ଣ୍ଣାହୂତି ହୋଇଯାଇଛି । ଆଠଦେଶ ଠାକୁର ତଥା ଆମ ଅଞ୍ଚଳର ଇଷ୍ଟ ଦେବ ବାବା ବଣିବକ୍ରେଶ୍ୱର ଦେବଙ୍କ ପବିତ୍ର ଶୈବପୀଠରେ ପାଞ୍ଚଦିନ ବ୍ୟାପୀ ବିଶ୍ୱଶାନ୍ତି ମହାଶୈବ ଯଜ୍ଞ ଏବଂ ମନ୍ଦିର ସଲଗ୍ନ ମା’ ବାଘେଇ ଠାକୁରାଣୀଙ୍କ ଜନ୍ମ ବାର୍ଷିକ ଉତ୍ସବ ପାରମ୍ପରିକ ନୀତିକାନ୍ତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ସନ୍ଧ୍ୟାରେ ଯଜ୍ଞ ପୂର୍ଣ୍ଣାହୂତି କର୍ମ ସମ୍ପର୍ଣ୍ଣ ହୋଇଛି । ଯଜ୍ଞର ମୁଖ୍ୟ ପୁରୋଧା ଦୟାନିଧି ମିଶ୍ର ଓ ସହଯୋଗୀ ବୃନ୍ଦଙ୍କ ଦ୍ୱାରା ଯଜ୍ଞ ନୀତିକାନ୍ତି ସହ ମନ୍ତ୍ର ଧ୍ଵନିରେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ରଙ୍ଗ ବେରଙ୍ଗର ଆଲୋକ ସଜ୍ଜା ଓ ସୁସଜ୍ଜିତ ତୋରଣ ସାଙ୍ଗକୁ ପ୍ରତ୍ୟହ ସନ୍ଧ୍ୟାରେ ନାମ ସଂକିର୍ତ୍ତନ, ରାମଲୀଳା, ପାଲା ଓ ପ୍ରବଚନ ଅନୁଷ୍ଠିତ ହୋଇଥିଲା । ବଣି ବକ୍ରେଶ୍ଵର ଯଜ୍ଞ କମିଟି ବ୍ୟତୀତ କୁଆପାଦ ଗ୍ରାମବାସୀ ପକ୍ଷରୁ ଏହାର ସୁପରିଚାଳନା ସହ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ବହୁ ସଂଖ୍ୟାରେ ଭକ୍ତ, ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।

jittmm
Leave A Reply

Your email address will not be published.