ଆଜି ପବିତ୍ର ଜାଗର ଯାତ୍ରା : ଶ୍ରଦ୍ଧାଳୁ ଓ ଭକ୍ତଙ୍କ ମନରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ଶିବରାତ୍ରି । ଦେବ ଦେବ ମହାଦେବଙ୍କର ଜାଗର ଯାତ୍ରା । ହଜାର ହଜାର ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ ହୋଇଥାଏ । ପ୍ରତି ବର୍ଷ ଫାଲ୍‌ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପାଇଁ ଜାଗର ଯାତ୍ରା ଅନୁଷ୍ଠିତ ହୁଏ । ଗାଁ ଠାରୁ ସହର ପର୍ଯ୍ୟନ୍ତ କୋଣ ଅଣୁକୋଣରେ ଥିବା ଶିବ ମନ୍ଦିରଗୁଡିକୁ ଫୁଲ, ଲାଇଟ ଓ ବିଭିନ୍ନ ସାଜସଜ୍ଜାରେ ବ୍ୟବହୃତ ସାମଗ୍ରୀରେ ମନ୍ଦିରଗୁଡିକୁ ସଜା ଯାଇଥାଏ । ଅନେକ ଶ୍ରଦ୍ଧାଳୁ ନିଜ ମନରେ ମାନସିକ କରି ଶିବଙ୍କୁ ପୂଜା କରିଥାନ୍ତି । କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ଅନୁପାଳନରେ ମହାଶିବରାତ୍ରି ପାଳନ ହେଉଥିବା ପରିଲକ୍ଷିତ ହେଉଛି ।

Leave A Reply

Your email address will not be published.