oom

ଟ୍ରାକ୍ଟର ସହ ୨୮ ଖଣ୍ଡ କେନ୍ଦୁ ଗଣ୍ଡି ଜବତ : ଜଣେ କୋର୍ଟ ଚାଲାଣ

jsmm

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ହରିଶଙ୍କର ରେଞ୍ଜ ଅନ୍ତର୍ଗତ ତୁର୍ଲା ଗ୍ରାମ ଜଙ୍ଗଲ ନିକଟରୁ ବନ ବିଭାଗ ଚଢ଼ାଉ କରି ଟ୍ରାକ୍ଟର ସହ କେନ୍ଦୁ କାଠ ଗଣ୍ଡି ଜବତ କରିଥିବା ଜଣାପଡିଛି । ପ୍ରକାଶ ଯେ, ହରିଶଙ୍କର ବିଟ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ ତଳି ତୁର୍ଲା ଗ୍ରାମରେ କେନ୍ଦୁ ଗଣ୍ଡି କାଠ ଚୋରା ଚାଲାଣ ହେଉଥିବା ବନବିଭାଗ କୌଣସି ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇଥିଲା । ଏହାପରେ ଏକ ଟିମ ଗଠନ କରି ଚଢ଼ାଉ କରିଥିଲେ ଚଢ଼ାଉ ସମୟରେ ଅଭିଯୁକ୍ତ ମଣିଲାଲ ଛତରକୁ ଗିରଫ କରାଯିବା ସହ ଟ୍ରାକ୍ଟର ଏବଂ ୨୮ ଖଣ୍ଡ କେନ୍ଦୁ ଗଣ୍ଡିକୁ ବନ ବିଭାଗ ଜବତ୍ କରିଥିବା ଜଣାପଡିଛି । ଜବତ କେନ୍ଦୁ କାଠର ମୁଖ୍ୟ ଆନୁମାନିକ ୯୮ ହଜାର ଟଙ୍କା ବୋଲି ବନ ବିଭାଗ ତରଫରୁ ସୂଚନା ମିଳିଛି । ଏନେଇ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଏସିଏଫ୍ ତଥା ଦାୟିତ୍ୱରେ ଥିବା ରେଞ୍ଜର ଅରବିନ୍ଦ ନାଏକ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.