ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଥାନା ଅଧୀନସ୍ଥ ସୁନ୍ଦରପୁର ଗ୍ରାମରୁ ଲକ୍ଷାଧିକ ଟଙ୍କାର ବାଣ ଜବତ କରାଯାଇଛି । ଛତ୍ରପୁର ଥାନା ପୋଲିସ ଓ ମାଜିଷ୍ଟ୍ରେଟ ମିଳିତ ଚଢ଼ାଉ କରି ସୁନ୍ଦରପୁର ଗ୍ରାମ ଟାୱାର ସାହିର ପପୁନ ପାତ୍ରଙ୍କ ତିନୋଟି ଘରୁ ବେଆଇନ ବାଣ ଗଚ୍ଛିତ ଥିବା ଏବଂ ଠାବ ହୋଇଥିବା ଖବର ପାଇ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମିଳିତ ଚଢ଼ାଉ ହୋଇଥିଲା । ଗୋଟିଏ ଘରର ତାଲା ଭଙ୍ଗା ଯାଇ ମଧ୍ୟ ଚଢ଼ାଉ ହୋଇଥିଲା । ଚଢ଼ାଉ ବେଳେ ଛତ୍ରପୁର ଏସ୍ଡିପିଓ ଚନ୍ଦନ କୁମାର ଘଡେଇ, ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ମାଜିଷ୍ଟ୍ରେଟ ଭାବେ ଛତ୍ରପୁର ଅତିରିକ୍ତ ତହସିଲଦାର ଏନ୍. ରବି ପ୍ରଧାନ ଏବଂ ପୁଲିସ ଫୋର୍ସ ସାମିଲ ଅଛନ୍ତି । ଜବତ ହୋଇଥିବା ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି କୁହାଯାଉଛି ।
Prev Post