ବିପୁଳ ପରିମାଣର ମହୁଲ ପୋଚ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ସଲମାପାଲି ଗାଁରେ ବଲାଙ୍ଗିର ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣରେ ମହୁଲ ପୋଚ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ସଦର ପେଟ୍ରୋଲିଂ ଟିମ୍‌ ସଲମାପାଲି ଗାଁ ପାଖ ଜଙ୍ଗଲରେ ଚଢାଉ କରାଯାଇ ପ୍ରାୟ ୫୦ ବସ୍ତା ମହୁଲ ପୋଚ ଜବତ କରିଛି । ମଦ ତିଆରି ପାଇଁ ବ୍ୟବହୃତ ସରଞ୍ଜାମ ମଧ୍ୟ ଜବତ କରିଛି । ଜବତ ମହୁଲର ମୂଲ୍ୟ ଦେଢଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

error: Content is protected !!