ଇସ୍ପାତ ସାହିତ୍ୟ ସଂସଦର ପ୍ରବନ୍ଧ ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ପ୍ରବନ୍ଧ ପାଠୋତ୍ସବ କାର୍ଯ୍ୟକ୍ରମ ସଂସଦ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଚିତ୍ତରଂଜନ ବ୍ରହ୍ମାଙ୍କ ସଭାପତିତ୍ୱରେ ଓ କାର୍ଯ୍ୟକାରୀ ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ଆବାହକତ୍ୱରେ ଆୟୋଜିତ ଏହି ପ୍ରବନ୍ଧ ପାଠୋତ୍ସବରେ ଗୀତାରାଣୀ ବେହେରାଙ୍କ ବର୍ତ୍ତମାନ ସମୟରେ ଅନଲାଇନ୍ ଶିକ୍ଷାର ମହତ୍ୱ, ଡଲିରାଣୀ ବ୍ରହ୍ମାଙ୍କ କଳା ଓ କଳାକାର, ପ୍ରଭାତ ନଳିନୀ ସାହୁଙ୍କ କନ୍ୟାରତ୍ନ, ଚିତ୍ତରଂଜନ ବ୍ରହ୍ମାଙ୍କ ଆମ ସଂସ୍କୃତିର ବିଭବ ସଂଚାର କଳା ଓ ଉପେନ୍ଦ୍ର କୁମାର ବସ୍ତିଆଙ୍କ ମା’ ର ମମତା ସଂପର୍କରେ ପ୍ରବନ୍ଧ ପାଠ କରିଥିଲେ । ପ୍ରତ୍ୟେକ ପ୍ରବନ୍ଧଗୁଡିକୁ କାର୍ଯ୍ୟକାରୀ ସଭାପତି ଶ୍ରୀ ଦାଶ ଓ ଅନ୍ୟ ମାନେ ସମୀକ୍ଷା କରିଥିବା ବେଳେ ପ୍ରବନ୍ଧର ବିଭିନ୍ନ ଦିଗ ଉପରେ ଆଲୋଚନା ସହ ଏହା କିପରି ସାହିତ୍ୟକୁ ବିଭବମୟ କରିଛି ସେ ସଂପର୍କରେ ମତ ରଖିଥିଲେ । କବି କୁଞ୍ଜବିହାରୀ ରାଉତ ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ପ୍ରଫୁଲ୍ଲ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.