ବଲାଙ୍ଗିର ଜିଲ୍ଲା ଉପ-ନିବନ୍ଧକ କାର୍ଯ୍ୟାଳୟ ପରିଦର୍ଶନ କଲେ ଆଇଆର୍‌ଜି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଉପ-ନିବନ୍ଧକ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ଇନ୍ସପେକ୍ଟର ଜେନେରାଲ ଅଫ୍‌ ରେଜିଷ୍ଟ୍ରେସନ୍‌ ଜ୍ୟୋତିପ୍ରକାଶ ଦାଶ(ଆଇଏଏସ୍‌) । ଏହି ଅବସରରେ ସେ ‘୫-ଟି’ ସମୀକ୍ଷା କରିଥିବା ବେଳେ ନବ ନିର୍ମିତ ୱେଟିଂ ହଲ୍‌ ତଥା ଅନ୍ୟାନ୍ୟ ବ୍ୟବସ୍ଥା ତଦାରଖ କରିଛନ୍ତି । ଉପସ୍ଥିତ ଜନସାଧାରଣଙ୍କ ସହ ମଧ୍ୟ କାର୍ଯ୍ୟାଳୟର ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଛନ୍ତି । ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ଡେପୁଟି ଇନ୍ସପେକ୍ଟର ଜେନେରାଲ ଅଫ୍‌ ରେଜିଷ୍ଟ୍ରେସନ୍‌ ଦେବରଂଜନ ମହାନ୍ତିଙ୍କ ସହ ବଲାଙ୍ଗିର ଜିଲ୍ଲା ଭାରପ୍ରାପ୍ତ ଉପ-ନିବନ୍ଧକ ଦିଲୀପ କୁମାର ମାଝୀ ଓ ବରଗଡ଼ ଜିଲ୍ଲା ଉପ-ନିବନ୍ଧକ ପଦ୍ମନାଭ ପୁରୋହିତ ଉପସ୍ଥିତ ଥିଲେ ।

Leave A Reply

Your email address will not be published.