om academy

ବିଶ୍ଵ ମାନବାଧିକାର ଦିବସ ପାଳନ କଲେ ଆଇଏଚ୍‌ଆର୍‌ଡି ସଦସ୍ୟମାନେ

jsm

ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : ବିଶ୍ଵ ମାନବାଧିକାର ଦିବସ ପାଳନ କଲେ ଆଇଏଚ୍‌ଆର୍‌ଡି ସୁନ୍ଦରଗଡ ସଦସ୍ୟମାନେ । ଭାଞ୍ଜଭବନ ପ୍ରାଙ୍ଗଣରେ ଆଇଏଚ୍‌ଆର୍‌ଡିର ସଦସ୍ୟମାନେ ବିଶ୍ଵ ମାନବାଧିକାର ଦିବସ ବହୁ ଆଡମ୍ୱରରେ ପାଳନ କଲେ । ନିମନ୍ତ୍ରିତ ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ଏବଂ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜସୱେନ୍ଦର୍ ସିଂହ (ଗୋଲ୍ଡି), ଆଫ୍ରୋଜ୍ ଅଜିଜ, ଖାଲିଦ୍ ଅଜଜି, ନିହରିକା ବସ୍ତିୟା, ଅବୁ ସାଲେମ, ଲାଲୁ ସିଂଦେଓ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଦିଲୀପ ରାୟ ତାଙ୍କର ଅଭିଭାଷଣରେ କହିଥିଲେ International human rights defenders ସୁନ୍ଦରଗଡ ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସବୁ ଧର୍ମଙ୍କୁ ସମ୍ମାନ ଜଣାଉଛନ୍ତି । କୌଣସି ଧର୍ମ ବିରୁଦ୍ଧରେ ନ ଯାଇ ନିଜ କର୍ତ୍ତବ୍ୟ କରୁଅଛନ୍ତି । ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଅଛନ୍ତି । ଆଇଏଚ୍‌ଆର୍‌ଡିର ସଦସ୍ୟମାନେ ମାନବ ପ୍ରେମୀ ସାଜି ସମାଜର କଲ୍ୟାଣ କରୁଛନ୍ତି । ତେଣୁ ଆଇଏଚ୍‌ଆର୍‌ଡିର ସମସ୍ତ ସଦସ୍ୟମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ଥିଲେ । ସେହିପରି ଆଇଏଚ୍‌ଆର୍‌ଡି ସୁନ୍ଦରଗଡ ଅଧ୍ୟକ୍ଷ ଏମ୍‌ଡ଼ି ପର୍‌ବେଜ୍‌ ତାଙ୍କର ଅଭିଭାଷଣରେ କହିଥିଲେ ଯେ ସୁନ୍ଦରଗଡ ମାନବ ଅଧିକାର ପାଇଁ ସଂଗ୍ରାମ କରିବେ ଓ ଏକ ସ୍ଵଚ୍ଛ କର୍ମୀ ହୋଇ ନିଜ ଜୀବନକୁ ସମାଜ ସେବାରେ ସମୟ ଦେବେ । ଏହି କାର୍ଯ୍ୟକର୍ମରେ ସୁନ୍ଦରଗଡର ସମସ୍ତ ସଂସ୍ଥାର ମୁଖ୍ୟ ଓ ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା । ଫାଉଣ୍ଡେସନ୍‌ର ସମସ୍ତ ସଦସ୍ୟ ଓ ତାଙ୍କ ପରିବାର ବର୍ଗଙ୍କୁ ମଧ୍ୟ ସମ୍ମାନ କରାଯାଇଥିଲା । ଆଇଏଚ୍‌ଆର୍‌ଡି ସୁନ୍ଦରଗଡର ସମସ୍ତ ଯଥା ସାବିତ୍ର ସାହୁ, ବିଜୟ ସୁନ୍ଦରାୟ, ନାମିତା ରାଉତ, ପପୁ, ସରିତା ସ୍ୱାଇଁ, ମାନସୀ ସରକାର, ଏମ୍‌ଡି ସାହିଦ୍, ତସ୍ଲିମ୍ ଆଲମ୍, ଚଞ୍ଚଲ୍, ବିକାଶ, ସୋନ୍ତୋଷ, ପ୍ରଦୀପ ପ୍ରମୁଖଙ୍କ ସହାୟତାରେ କାର୍ଯ୍ୟକ୍ରମଟି ସଫଳତା ପୂର୍ବକ ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.