oom

ମାନବାଧିକାର ସୁରକ୍ଷା ସଂଗଠନ ବଲାଙ୍ଗିର ଶାଖା ପକ୍ଷରୁ ବିଶ୍ୱ ମାନବାଧିକାର ଦିବସ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ମାନବାଧିକାର ସୁରକ୍ଷା ସଂଗଠନ ବଲାଙ୍ଗିର ଶାଖା ପକ୍ଷରୁ ବିଶ୍ୱ ମାନବାଧିକାର ଦିବସ ପାଳିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ଉପସଭାପତି ତଥା ‘କୋଶଳ ପ୍ରବାହ’ର ସଂପାଦକ ଆନଂଦ ଚଂଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କେନ୍ଦ୍ରୀୟ ମାନବାଧିକାର ସୁରକ୍ଷା ସଂଗଠନର ଉପସଭାପତି ଗଗନେଶ୍ୱର ଠାକୁର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଏଡିଏମ୍‌ଓ (ପିଏଚ୍‌) ଡା. କୁବେର ଚନ୍ଦ୍ର ମହନ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବଲାଙ୍ଗିର ଶାଖାର ସଭାପତି ଅକ୍ଷୟ ଦିଶ୍ରୀ ଏବଂ ସାଧାରଣ ସଂପାଦକ ସରୋଜ କୁମାର ସୁନା ମଧ୍ୟ ମଂଚାସୀନ ହୋଇଥିଲେ । ଏହି ସଭାରେ ମାନବ ଅଧିକାର ଓ ମାନବିକତା ସଂପର୍କରେ ମୁଖ୍ୟ ଅତିଥି ଶ୍ରୀ ଠାକୁର ଆଲୋଚନା କରିଥିବା ବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟସେବା ପାଇବା ଅଧିକାର ସଂପର୍କରେ ଆଲୋକପାତ କରିଥିଲେ ସମ୍ମାନିତ ଅତିଥି ଡା. ମହନ୍ତ । ସମାଜର ବାସ୍ତବ ଚିତ୍ର ସଂପର୍କରେ ବିଶେଷ ଆଲୋଚନା କରି ସଭାପତି ଶ୍ରୀ ସାହୁ ବର୍ତ୍ତମାନର ମାନବ ଅଧିକାରର ସ୍ଥିତି ସଂପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ଉପଦେଷ୍ଟା ଶ୍ୟାମପ୍ରସାଦ ଗୁରୁ ଅତିଥିମାନଙ୍କୁ ମଂଚକୁ ଆହ୍ୱାନ କରିଥିଲେ ।

jittmm
Leave A Reply

Your email address will not be published.