oom

ପ୍ରେମ ଦିବସରେ ପ୍ରକୃତିକୁ ଭଲପାଇ ବୃକ୍ଷଙ୍କୁ ପ୍ରେମ କରିବା ପାଇଁ ନିବେଦନ କରି ହୃଦୟ ଜିଣିଲେ ହୃଷୀକେଶ ପାଢ଼ୀ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଫେବୃଆରୀ ଚଉଦ ପ୍ରେମ ଦିବସରେ ପ୍ରକୃତିକୁ ଭଲପାଉଥିବା ପ୍ରକୃତିପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ନିଜର ସ୍ୱରଚିତ କବିତା – ‘ତୁମ ବିନା ଏଠି ଅମା ଅନ୍ଧକାର ତୁମେ ମୋ ଆଲୋକ ଶିଖା, ସେହି ଆଲୋକରେ ତୁମକୁ ଦେଖୁଛି ତୁମ ବିନା ସବୁ ଫିକା । ତୁମେ ପାଶେ ଥିଲେ ଚଉଦଭୁବନ ଲାଗେ ଖାଲି ମିଠା ମିଠା, ମୁହୂର୍ତ୍ତେ ପାଶରୁ ଅନ୍ତର ହେଲେ ହେଁ ସବୁ ଲାଗେ ପିତା ପିତା’ କୁ ଆବୃତ୍ତି କରି ଜନସାଧାରଣଙ୍କ ପାଖେ ପହଂଚି ପ୍ରକୃତିକୁ ଭଲପାଇବାର ବାର୍ତ୍ତା ଦେଇ ବୃକ୍ଷ ବାଣ୍ଟି ବୃକ୍ଷକୁ ପ୍ରେମ କରିବା ପାଇଁ ନିବେଦନ କରି ଜନସାଧାରଣଙ୍କ ହୃଦୟ ଜିତିଛନ୍ତି ଶ୍ରୀ ପାଢ଼ୀ । ଆଇନଜୀବୀ ଶ୍ରୀଯୁକ୍ତ ପାଢ଼ୀଙ୍କର ଏତାଦୃଶ ପ୍ରକୃତି ପ୍ରୀତି ସାଧାରଣରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି । ଏହି ଅବସରରେ ଶ୍ରୀଯୁକ୍ତ ପାଢ଼ୀ ପୁରୀ ଜିଲ୍ଲା ପିପିଲି ବ୍ଲକ ଅନ୍ତର୍ଗତ ବନ୍ତଳସିଂହ ଗ୍ରାମରେ ପହଂଚି ଗ୍ରାମ ପରିକ୍ରମା ସହ ଗ୍ରାମର ଆରାଧ୍ୟ୍ୟ ଦେବ ପାତାଳ ଫୁଟା ମହାଦେବ ତୀର୍ଥଶ୍ଵରେ, ମା କନକ ଦୁର୍ଗା, ପତିତପାବନ, ହନୁମାନ ମନ୍ଦିର ପରିସରରେ ଔଷଧୀୟ ଚାରା ରୋପଣ କରିଥିଲେ । ବନ୍ତଳସିଂହ ଗ୍ରାମର ଭଜମନ ସ୍ୱାଇଁ, ସନାତନ ପାତାଲସିଂହ, ରାଜକିଶୋର ବରାଳ, ବାଦଲ ପାଣ୍ଡେ ଓ ସଂପାଦକ ସୋମନାଥ ସେନାପତି ପ୍ରମୁଖ ବୃକ୍ଷରୋପଣରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.