oom

ବିଶ୍ୱ ହୃଦୟ ଦିବସରେ ବୃକ୍ଷ ରୋପଣ କରି ହୃଦୟ ଜିତିଲେ ହୃଷୀକେଶ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ହୃଦୟ ଦିବସ ପାଳନ ଅବସରରେ ପ୍ରକୃତିବନ୍ଧୁ ଆଇନଜୀବୀ ହୃଷୀକେଶ ପାଢୀ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ନିଜ ଗ୍ରାମ ବୋଳକଣାରେ ବୃକ୍ଷ ରୋପଣ କରି ଜନସାଧାରଣଙ୍କ ହୃଦୟ ଜିତିଛନ୍ତି । ଏହି ଅବସରରେ ସେ ବୃକ୍ଷର ହୃଦୟ ଉପରେ ଗୁରୁତ୍ଵାରୋପକରି କହିଛନ୍ତି ଯଦି ଆମେ ଗୋଟିଏ ବୃକ୍ଷକୁ ରୋପଣ କରି ତାକୁ ହୃଦୟର ସହ ଭଲପାଇ ଯଥୋଚିତ ସମ୍ମାନ ଦେଇ ବଞ୍ଚାଇ ବଡ କରିପାରିବା ନିଶ୍ଚିତ ରୂପେ ପରିବେଶର ସୁରକ୍ଷା ପାଇଁ ଆମେ ପ୍ରତିବଦ୍ଧତା ରଖିପାରିବା । ବୃକ୍ଷର ହୃଦୟ ରହିଛି ଏହାକୁ ମୁକ୍ତ କଣ୍ଠରେ ସ୍ୱୀକାର କରିବାକୁ ପଡିବ । ଯଦି ଦୈବଯୋଗରୁ ବୃକ୍ଷରେ ଫଳ ନ ଆସିଲା ତେବେ ତାର ଛାଇ ଓ ପରିବେଶ ସୁରକ୍ଷାକୁ କିଏ ନେଇପାରିବ ? ତେଣୁ ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇ ତାକୁ ହୃଦୟର ସହ ଭଲପାଇ ପରିବେଶ ସୁରକ୍ଷାରେ ବ୍ରତୀ ହେବା ପାଇଁ ସବୁଜ ଡେଲାଙ୍ଗ ଟ୍ରଷ୍ଟର ଅଧ୍ୟକ୍ଷ ଆଇନଜୀବୀ ହୃଷୀକେଶ ପାଢୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

jittmm
Leave A Reply

Your email address will not be published.