ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ବୃଦ୍ଧ ପେନସନ ହିତାଧିକାରୀମାନେ ଗତ ଦୁଇମାସ ଧରି ସେମାନଙ୍କର ବାର୍ଦ୍ଧକ୍ୟ ଭତ୍ତା ନପାଇବା ପରେ ବହୁତ କଷ୍ଟର ସମ୍ମୁଖୀନ ହେଉଛନ୍ତି । ପଞ୍ଚାୟତରୁ ସିଧାସଳଖ ଭତ୍ତା ସଂଗ୍ରହ କରୁଥିବା ହିତାଧିକାରୀ ଭତ୍ତା ପାଉଥିବା ସମୟସୀମାରେ ପାଉଛନ୍ତି ବୋଲି ଜଣାପଡିଛି, କିନ୍ତୁ ଯେଉଁମାନଙ୍କର ଭତ୍ତା ବ୍ୟାଙ୍କ ମାଧ୍ୟମରେ କରାଯାଇଛି ସେମାନେ ଭତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି, ଯାହା ଫଳରେ ଦୈନନ୍ଦିନ ଆବଶ୍ୟକତା ପାଇଁ ଏହି ରାଶି ଉପରେ ନିର୍ଭର କରୁଥିବା ବରିଷ୍ଠ ନାଗରିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପ୍ରଶାସନ ସମ୍ମୁଖରେ ଏହି ମାମଲା ଉଠାଇ ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ ଯୋଶୀ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ତୁରନ୍ତ ହସ୍ତକ୍ଷେପ ଦାବି କରି କହିଛନ୍ତି ଯେ ସମୟସୀମାରେ ପେନସନ ବଣ୍ଟନ ସୁନିଶ୍ଚିତ କରଯାଉ । ସେ ଆହୁରି କହିଛନ୍ତି ଯେ ଅନେକ ହିତାଧିକାରୀଙ୍କୁ ବିଳମ୍ବ ଭତ୍ତା ପାଇବା ପ୍ରଭାବିତ କରିଛି, ସେମାନଙ୍କ ମଧ୍ୟରୁ ଅନେକଙ୍କ ପାଖରେ ଆୟର କୌଣସି ବିକଳ୍ପ ଉତ୍ସ ନାହିଁ। ଅନେକ ବୃଦ୍ଧ ମହିଳା ନିଜର ହତାଶା ପ୍ରକାଶ କରି ଦାବି କରିଛନ୍ତି ଯେ ପୂର୍ବ ସରକାରଙ୍କ ଅଧୀନରେ ସମୟସୀମାରେ ପେନସନ ପ୍ରଦାନ କରାଯାଉଥିଲା, କିନ୍ତୁ ସରକାର ପରିବର୍ତ୍ତନ ପରେ ବିଳମ୍ବ ବାରମ୍ବାର ହୋଇଛି। “ପୂର୍ବରୁ ଆମେ ବିନା ବାଧାରେ ପେନସନ ପାଉଥିଲୁ, କିନ୍ତୁ ଏବେ ମାସ ମାସ ବିନା ଭତ୍ତାରେ ଦିନ ବିତିଯାଉଛି । ଆମେ ସରକାରଙ୍କୁ ସମୟସୀମା ମଧ୍ୟରେ ଭତ୍ତା ପ୍ରଦାନ କରିବାକୁ ଅନୁରୋଧ କରୁଛୁ ଯାହା ଦ୍ଵାରା ଆମେ ସମ୍ମାନର ସହିତ ବଞ୍ଚିପାରିବୁ । ଜଣେ ପ୍ରଭାବିତ ହିତାଧିକାରୀ କହିଛନ୍ତି ତୃଣମୂଳ ସ୍ତରରେ ଅଭିଯୋଗ ବୃଦ୍ଧି ପାଉଥିବାରୁ, ଭତ୍ତା ବ୍ୟାଙ୍କ ମାଧ୍ୟମରେ ଦେୟ ନିୟମିତ କରିବା ଏବଂ ସମାଜର ଦୁର୍ବଳ ବର୍ଗଙ୍କ କଷ୍ଟ ରୋକିବା ପାଇଁ ଶୀଘ୍ର ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।