jayashree

ପିପି ଏକାଡ଼େମୀର ହୀରକ ଜୟନ୍ତୀ ଉତ୍ସବ

  • ଅତୀତକୁ ସମ୍ମାନ ଓ ଭବିଷ୍ୟତ ନିର୍ମାଣ ବିଷୟବସ୍ତୁକୁ ନେଇ ୨୧ରୁ ଉତ୍ସବ
    ଉଦ୍‌ଘାଟନ କରିବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିପି ଏକାଡେମୀର ହୀରକ ଜୟନ୍ତୀ ଉତ୍ସବ ଆଜି ଠାରୁ ଆରମ୍ଭ ହେବ । ଏହି ଉତ୍ସବ ଆୟୋଜନ ପାଇଁ ସ୍କୁଲର ପୁରାତନ ଛାତ୍ରମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ଏହି ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ଭାବେ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଦିନ ୧୦ ଘଣ୍ଟା ୩୦ମି ସମୟରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ । ସମ୍ମାନୀତ ଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଗଣଶିକ୍ଷା ଓ ଅନୁସୂଚୀତ ଜାତି ଜନଜାତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟବକ୍ତା ଭାବେ ପ୍ରଫେସର ଡଃ ନଚିକେତା ଖମାରୀ ଶର୍ମା, ଅତିଥି ଭାବେ ବଲାଙ୍ଗିର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଯୋଗଦେବେ ବୋଲି ଡାଇମଣ୍ଡ ଜୁବୁଲି କମିଟି ପକ୍ଷରୁ ହେମନ୍ତ କୁମାର ପଣ୍ଡା ଜଣାଇଛନ୍ତି । ସଂଧ୍ୟା ଅଧିବେଶନରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ ବକ୍ତାଭାବେ ପ୍ରେମଚାନ୍ଦ ମହାନ୍ତି ଦ୍ୱିତୀୟ ଦିନ ତଥା ୨୨ ଡ଼ିସେମ୍ବରରେ ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି, ସମ୍ମାନୀତ ଅତିଥିଭାବେ ଡ଼ଃ ଅଶ୍ୱିନୀ ପୂଜାରୀ, ମୁଖ୍ୟବକ୍ତା ଭାବେ ଅରିବିନ୍ଦ ଦାଶ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ସେହିଦିନ ସଂଧ୍ୟା ଅଧିବେଶନରେ ମୁଖ୍ୟ ଅତିଥିଭାବେ ସାଂସଦ ସଂଗୀତା କୁମାରି ସିଂଦେଓ, ସମ୍ମାନୀତ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀଦଳ ପୂର୍ବ ନେତା ନରସିଂହ ମିଶ୍ର, ସମ୍ବାଦର ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକ ଓ ମୁଖ୍ୟବକ୍ତା ଭାବେ ସାଧାରଣ ଉଦ୍ୟୋଗ ବିଭାଗର ସ୍ୱତନ୍ତ୍ର ସଚିବ ନିହାର ରଞ୍ଜନ ଦାଶ ପ୍ରମୁଖ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ପତିତ ପାବନ ଏକାଡ଼େମୀରେ ପୁରାତନ ଛାତ୍ର ଓ ବର୍ତ୍ତମାନର ଛାତ୍ରମାନଙ୍କ ମଧ୍ୟରେ ଉତ୍ସବର ମାହୋଲ ଆରମ୍ଭ ହୋଇଯାଇଛି । ଉତ୍ସବରେ ଯୋଗଦେବାକୁ ବଲାଙ୍ଗିର ବାହାରେ ରହୁଥିବା ବହୁ ପୁରାତନ ଛାତ୍ର ବଲାଙ୍ଗିର ପହଞ୍ଚିବାରେ ଲାଗିଛନ୍ତି ।

Leave A Reply

Your email address will not be published.