oum

ଜମି ଡିମାର୍କେସନ ବେଳେ ହିଂସାକାଣ୍ଡ, ସଦେଇପାଲିରେ ଫୁଟିଲା ଗୁଳି

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜମି ଡିମାର୍କେସନ ଚାଲିଥିବା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ହୋଇଥିବା ସୂଚନା ମିଳିଛି । ତେବେ ଏହି ହିଂସାକାଣ୍ଡରେ ଜଣଙ୍କ ଦେହରେ ଗୁଳି ଲାଗିଥିବା ବେଳେ ଅନ୍ୟ କିଛି ଜଣ ଲହୁଲୁହାଣ ହୋଇଥିବା ଜଣାପଡିଛି । ତେବେ ଆହତଙ୍କ ମଧ୍ୟରେ ମହିଳାମାନେ ମଧ୍ୟ ରହିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆହତମାନଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି । ଏହାର ସୁବିସ୍ତୁତ ବିବରଣୀ ଅଳ୍ପ ସମୟ ମଧ୍ୟରେ ‘କୋଶଳ ପ୍ରବାହ’ ୟୁଟ୍ୟୁବ୍‌ ଚ୍ୟାନେଲରେ ଉପଲବ୍ଧ ହେବ ।

Leave A Reply

Your email address will not be published.