କନ୍ଧମାଳ ଜିଲ୍ଲା ରାଇକିଆରୁ ଆସି ବଲାଙ୍ଗିର ଆର୍ଯ୍ୟ ସମାଜଠାରେ ଖ୍ରୀଷ୍ଟିଆନ୍‌ ଧର୍ମରୁ ହିନ୍ଦୁ ଧର୍ମକୁ ଫେରିଲେ ଗୋଟିଏ ପରିବାର ୪ ଜଣ ସଦସ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଆର୍ଯ୍ୟ ମନ୍ଦିରଠାରେ ଗୋଟିଏ ପରିବାର ୪ ଜଣ ସଦସ୍ୟ ଧର୍ମ ପରିବର୍ତ୍ତନ କରିଥିବା ଜଣାପଡିଛି । କନ୍ଧମାଳ ଜିଲ୍ଲାର ରାଇକିଆରର ବିଷ୍ଣୁ କୁମାର ନାଏକ ନିଜ ପତ୍ନୀ ଓ ଦୁଇ ଝିଅଙ୍କୁ ନେଇ ବଲାଙ୍ଗିର ଆର୍ଯ୍ୟ ସମାଜଠାରେ ଖ୍ରୀଷ୍ଟିଆନ୍‌ ଧର୍ମରୁ ହିନ୍ଦୁ ଧର୍ମକୁ ଫେରିଥିବା ଜଣାପଡିଛି । ତେବେ ବିଷ୍ଣୁଙ୍କ କହିବାନୁସାରେ ପୂର୍ବରୁ ତାଙ୍କ ପୂର୍ବ ପୁରୁଷ ହିନ୍ଦୁ ଥିବା ବେଳେ କୌଣସି କାରଣ ବଶତଃ ତାଙ୍କ ପରିବାର ଖ୍ରୀଷ୍ଟିଆନ୍‌ ଧର୍ମ ନେଇଥିଲେ । ଆଜି ପୁଣି ନିଜ ଇଚ୍ଛା ଅନୁସାରେ ସେମାନେ ହିନ୍ଦୁ ଧର୍ମକୁ ଫେରିଥିବା ଜଣାପଡିଛି ।

Leave A Reply

Your email address will not be published.