ବଲାଙ୍ଗିର, (କେପିଏନ୍ଏସ୍) : ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ପାଳନ ଅବସରରେ ବଲାଙ୍ଗିର ରାମ ଗୋପାଳ ହିନ୍ଦୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ହିନ୍ଦୀ ବିତର୍କ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ହିନ୍ଦୀ ସ୍କୁଲ ଶିକ୍ଷା କମିଟି ଜିଲ୍ଲା ସଭାପତି ସନ୍ତୋଷ କୁମାର ଅଗ୍ରୱାଲ(ମୋଦୀ)ଙ୍କ ସହଯୋଗରେଆୟୋଜିତ ଏହି ପ୍ରତିଯୋଗିତାରେ ଛାତ୍ରମାନେ ହିନ୍ଦୀ ଭାଷା ମାଧ୍ୟମରେ’ କୃତ୍ରିମ ବୁଦ୍ଧିମତ୍ତା ଏକ ଆଶିର୍ବାଦ ନା ଅଭିଶାପ’ ଶୀର୍ଷକ ବିଷୟବସ୍ତୁ ଉପରେରେ ନିଜର ବିବୃତ୍ତି ଦେଇଥିଲେ । ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅଳକା ବେହେରା ଅଧ୍ୟକ୍ଷତା କରିଥିଲେ । ବିଚାରକ ଭାବରେ ସାମ୍ବାଦିକ ପୱନ ଅଗ୍ରୱାଲ, ସାପ୍ତାହିକ ଖବରକାଗଜ ‘ପ୍ରେରଣା’ର ସମ୍ପାଦକ ରଘୁ ନନ୍ଦନ ସିଂହ ଏବଂ ଜେ.ଏସ.ଏମ କଲେଜର ହିନ୍ଦୀ ବିଭାଗର ଅଧ୍ୟାପକ ସଦାଶିବ ସାହୁ ବିଚାରକ ଭାବରେ ଉପସ୍ଥିତ ଥିଲେ । ଏହି ମଞ୍ଚକୁ ସ୍କୁଲର ହିନ୍ଦୀ ଶିକ୍ଷକ ସୁଶାନ୍ତ କୁମାର ନାୟକ ଏବଂ ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଲକା ବେହେରା ପରିଚାଳନା କରିଥିଲେ ଏବଂ ଅନ୍ୟ ଛାତ୍ର ତଥା ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ । ବକ୍ତୃତା ପ୍ରତିଯୋଗିତାରେ ପଥରେଚେପା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଅନିକେତ ତ୍ରିପାଠୀ ପ୍ରଥମ ସ୍ଥାନ, ବିଶ୍ଵାତ୍ମ ବିଦ୍ୟାର ଛାତ୍ରୀ ବିନ୍ଦିଆ ବେହେରା ଦ୍ଵିତୀୟ ସ୍ଥାନ ଓ ରୋସନି ପବ୍ଲିକ ସ୍କୁଲର ଶ୍ରୀମା ଶ୍ରୀପର୍ଣ୍ଣା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଶେଷରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅଳକା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ମନୋହରପୁର ପ୍ୟାରେଡ ଗ୍ରାଉଣ୍ଡରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ସ୍ୱାଧୀନତା ଦିବସରେ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ସ୍କୁଲ ପକ୍ଷରୁ ସୂଚନା ଦିଆଯାଇଛି ।

Next Post